ଆମେରିକା ବୁଲିବାକୁ ଯାଇଥିବା ବେଳେ ହେଲା ଦୁର୍ଘଟଣା, କାର୍ ଭିତରେ ଛଟପଟ ହୋ‌ଇ ଜଳିଗ‌ଲା ପୂରା ପରିବାର

New Project (1)

ନୂଆଦିଲ୍ଲୀ: ଆମେରିକାରେ ଦୁଇଟି ଭିନ୍ନ ସଡ଼କ ଦୁର୍ଘଟଣାରେ ୬ ଜଣ ଭାରତୀୟ ବଂଶୋଦ୍ଭବ ପ୍ରାଣ ହରାଇଛନ୍ତି। ପ୍ରଥମ ଘଟଣାଟି ଡାଲାସରେ ଘଟିଛି, ଯେଉଁଠି ଏକ ଟ୍ରକ୍ ସହିତ ଧକ୍କା ହେବା ପରେ କାରରେ ନିଆଁ ଲାଗିଯିବାରୁ ହାଇଦ୍ରାବାଦର ଏକ ପରିବାରର ଚାରି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଦ୍ୱିତୀୟ ଘଟଣାଟି ନ୍ୟୁୟର୍କରେ ଘଟିଛି, ଯେଉଁଠାରେ କ୍ଲିଭଲ୍ୟାଣ୍ଡ ଷ୍ଟେଟ୍ ୟୁନିଭରସିଟିର ଦୁଇଜଣ ଭାରତୀୟ ଛାତ୍ର ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ, ହାଇଦ୍ରାବାଦର ଭେଙ୍କଟ, ତେଜସ୍ୱିନୀ ଏବଂ ସେମାନଙ୍କର ଦୁଇ ପିଲା ଆଟଲାଣ୍ଟାରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଆମେରିକାକୁ ଛୁଟି କାଟିବାକୁ ଯାଇଥିବା ଏହି ପରିବାରର କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାରରେ ତୁରନ୍ତ ନିଆଁ ଲାଗିଯାଇଥିଲା। ବାହାରକୁ ବାହାରି ନପାରି ପରିବାରର ସମସ୍ତ ଚାରିଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଥି‌ଲେ। ଏହି ଘଟଣା ପରେ, ମୃତଦେହଗୁଡ଼ିକୁ ଖୁବ୍ ଶୀଘ୍ର ଭାରତ ଆଣି ହାଇଦ୍ରାବାଦରେ ଶେଷକୃତ୍ୟ କରିବା ପାଇଁ ବ୍ୟବସ୍ଥା କରୁଛି ଭାରତୀୟ ଦୂତାବାସ।

ଅନ୍ୟପକ୍ଷରେ, ଅନ୍ୟ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କ୍ଲିଭଲ୍ୟାଣ୍ଡ ଷ୍ଟେଟ୍ ୟୁନିଭରସିଟିର ଦୁଇଜଣ ଭାରତୀୟ ଛାତ୍ର ହେ‌ଲେ ମାନବ ପଟେଲ(୨୦) ଓ ସୌରଭ ପ୍ରଭାକର(୨୩)। ଦୁର୍ଘଟଣା ଘଟିବା ବେଳେ ସୌରଭ ପ୍ରଭାକର କାର୍ ଚଳାଉଥିଲେ। ଦୁର୍ଘଟଣା ସମୟରେ କାରଟି ରାସ୍ତାରୁ ଖସିଯାଇ ପ୍ରଥମେ ଗଛରେ ପିଟି ହୋଇଥିଲା ଏବଂ ପରେ ଏକ ପୋଲକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହିଁ ଉଭୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। କାରର ଆଗ ସିଟରେ ବସିଥିବା ଅନ୍ୟ ଜଣେ ଛାତ୍ର ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe