୨୦୧୯ ହାଇଦ୍ରାବାଦ ଏନ୍‌କାଉଣ୍ଟର : ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ହତ୍ୟା ଉଦ୍ଦେଶ୍ୟରେ ପୁଲିସ୍‌ ଚଳାଇଥିଲା ଗୁଳି

Advertisment
ପେଗାସସ୍‌ କେଳେଙ୍କାରୀ: ତଦନ୍ତକାରୀ କମିଟିକୁ ଅଧିକ ସମୟ ଦେଇ ଜୁନ୍‌ ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

Image Courtesy of India Today

ହାଇଦ୍ରାବାଦ୍‌: ବହୁଚର୍ଚ୍ଚିତ ହାଇଦ୍ରାବାଦ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର୍‌ ଘଟଣାର ତଦନ୍ତ କରିବାକୁ ସୁପ୍ରି‌ମ୍‌କୋର୍ଟ ଏକ ପ୍ୟାନେଲ୍‌ ଗଠନ କରିଥିଲେ। ଏହି ତଦନ୍ତକାରୀ ପ୍ୟାନେଲ୍‌ର ଅନୁସନ୍ଧାନ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତମାନଙ୍କୁ ଯୋଜନାବଦ୍ଧ ଭାବେ ଏନ୍‌କାଉଣ୍ଟର୍‌ କରାଯାଇଥିଲା। ସିର୍‌ପୁରକର କମିସନ୍‌ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି କି ‘ଅଭିଯୁକ୍ତମାନଙ୍କୁ ହତ୍ୟା ଉଦ୍ଦେଶ୍ୟରେ ହିଁ ଗୁଳିଚାଳନ କରାଯାଇଥିଲା। ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜାଣିଜାଣି ଏନ୍‌କାଉଣ୍ଟର୍‌ କରି ମରାଯାଇଛି।’ ଏହି ରିପୋର୍ଟକୁ ଭିତ୍ତି କରି ସର୍ବୋଚ୍ଚ ନ୍ୟାୟାଳୟ ତେଲେଙ୍ଗାନା ହାଇକୋର୍ଟଙ୍କୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଳେଖଯୋଗ୍ୟ, ୨୦୧୯ ମସିହା ନଭେମ୍ବର ୨୭ ତାରିଖ ଦିନ ୨୬ ବର୍ଷୀୟା ପ୍ରାଣୀ ଡାକ୍ତରଙ୍କୁ ଅଭିଯୁକ୍ତ ମହମ୍ମଦ ଆରିଫ୍‌, ନବୀନ, ଶିବା ଏବଂ ଚେନ୍ନାକେଶବୁଲ ଅପହରଣ କରି ବଳପୂର୍ବକ ମଦ୍ୟପାନ କରାଇଥିଲେ ଏବଂ ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ସେମାନେ ଏକ ଫ୍ଲାଏଓଭର୍‌ ତଳେ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ନଭେମ୍ବର ୨୯ ତାରିଖରେ ଗିରଫ ହୋଇଥିବା ଏହି ୪ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ରଖି ପଚରାଉଚରା କରୁଥିଲା। ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ନଜର କେନ୍ଦ୍ରୀଭୂତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ପ୍ରବଳ ଦାବି ହେଉଥିଲା। ମାତ୍ର ଡିସେମ୍ବର ୭ ତାରିଖରେ ପୂର୍ବ ଯୋଜନା ମୁତାବକ ସେମାନଙ୍କୁ ପ୍ରାଣୀ ଡାକ୍ତରଙ୍କ ଶବ ମିଳିଥିବା ଫ୍ଲାଏଓଭର୍‌ ତଳକୁ ନିଆଯାଇଥିଲା। ସେମାନେ ପୁଲିସ ହେଫାଜତରୁ ପଳାୟନ କରିବାରୁ ପୁଲିସ୍‌ ଏନ୍‌କାଉଣ୍ଟର କରିଥିଲା ଓ ୪ ଜଣଙ୍କ ଜୀବନ ଯାଇଥିଲା।

ତେବେ ପୁଲିସ ସଫେଇ ଦେଇ କହିଥିଲା ଯେ ଅଭିଯୁକ୍ତମାନେ ପୁଲିସଠାରୁ ବନ୍ଧୁକ ଛଡ଼ାଇ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ଏପରିକି ସେମାନେ ପୁଲିସ ବାହିନୀ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଫଳରେ ଦୁଇ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ। ଜବାବରେ ପୁଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ସମସ୍ତ ୪ ଅଭିଯୁକ୍ତ ଘଟଣାସ୍ଥଳରେ ହିଁ ନିହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe