ହାଇଦ୍ରାବାଦ୍: ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଖାଦ୍ୟ ମୃତ ମୂଷା, ଅସରପା ଏବଂ ବେଙ୍ଗ ଆଦି ପାଇବାର ଅନେକ ଫଟୋ ପୂର୍ବରୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି।
ବର୍ତ୍ତମାନ ସାଇ ତେଜା ନାମକ ଜଣେ ବ୍ୟକ୍ତି ଅନ୍ଲାଇନ୍ରୁ ବରାଦ କରିଥିବା ଚିକେନ ବିରିୟାନିରୁ ପୋକ ବାହାରିବା ଏବେ ଏକ ଚର୍ଚ୍ଚା ବିଷୟ ପାଲଟିିଛି। ସେ ସ୍ବିଗିରୁରୁ ବରାଦ କରିଥିବା ବିରିୟାନିରୁ ପୋକ ବାହାରିବା ପରେ ତା’ର ଫଟୋ ନେଇ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ। ଏଥିରେ ସ୍ବିଗି ଏବେ ପ୍ରତିକ୍ରିୟା ପ୍ରକାଶ କରିଛି।
ପ୍ୟାକେଜିଂ ରେଷ୍ଟୁରାଣ୍ଟ ଦ୍ୱାରା ପରିଚାଳିତ ହେଉଛି ବୋଲି ଲେଖି ସ୍ବିଗି ଦୁଃଖ ପ୍ରକାଶ କରିଛି। ତେବେ ବ୍ୟକ୍ତି ଜଣକ ୩୧୮ ଟଙ୍କା ଦେଇ ମଗାଇଥିବା ଖାଦ୍ୟରେ ଅସନ୍ତୋଷ ପ୍ରକାଶ କରିବା ପରେ ସ୍ବିଗି ଅନୁକମ୍ପାମୂଳକ ରାଶି ଭାବେ ୬୪ ଟଙ୍କା ଫେରସ୍ତ କରିଛି।
ବ୍ୟକ୍ତି ଜଣକ ଚିଡ଼ିଯିବା ପରେ କୁକ୍ତାପଲି ରେଷ୍ଟୁରାଣ୍ଟ୍ରୁ ମେହଫିଲ୍ ବିରିୟାନି ବରାଦ ନକରିବାକୁ ସମସ୍ତଙ୍କୁ ସୂଚୀତ କରିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଉତ୍ତେଜନା ସୃଷ୍ଟି ହୋଇଛି।
Follow Us