କ୍ୟାଡବରି ଡେରି ମିଲ୍କ ଚକଲେଟରେ ପୋକ ବାହାରିବା ଘଟଣାକୁ ନେଇ କମ୍ପାନିର ପ୍ରତିକ୍ରିୟା

Advertisment
କ୍ୟାଡବରି ଡେରି ମିଲ୍କ ଚକଲେଟରେ ପୋକ ବାହାରିବା ଘଟଣାକୁ ନେଇ କମ୍ପାନିର ପ୍ରତିକ୍ରିୟା

ନୂଆଦିଲ୍ଲୀ: ହାଇଦ୍ରାବାଦର ଜଣେ ବ୍ୟକ୍ତି ସହରର ମେଟ୍ରୋ ଷ୍ଟେସନରୁ ଏକ କ୍ୟାଡବରି ଡେରି ମିଲ୍କ ଚକଲେଟ କିଣିଥିଲେ। ଖାଇବାକୁ ଯାଉଥିବା ବେଳେ ଏଥିରେ ସେ ପୋକ ବାହାରିଥିବା ନେଇ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ନେଇ ରବିନ୍ ଜୈଚିୟସ ଏକ ଭିଡିଓ ସେୟାର କରି ଲେଖିଥିଲେ, ଆଜି ରତ୍ନଦୀପ ମେଟ୍ରୋ ଅମିରପେଟରୁ ମୁଁ କ୍ୟାଡବିରି ଚକଲେଟ କିଣିଥିଲି। ଏହାକୁ ଖାଇବାକୁ ଯାଉଥିବା ବେଳେ ଏଥିରେ ପୋକ ଚ‌ାଲୁଥିବା ମୁଁ ଦେଖିବାକୁ ପାଇଥିଲି।ତାରିଖ ସମାପ୍ତ ହୋଇଯାଉଥିବା ସମାଗ୍ରୀଗୁଡିକ ଯାଞ୍ଚ କରାଯାଉଛି ତ? ସ୍ୱାସ୍ଥ୍ୟ ପାଇଁ ଏହା କେତେ ବିପଜ୍ଜନକ ଅଟେ ତାହା ଜାଣିଛନ୍ତି କି ।  ଏଥିପାଇଁ କିଏ ଦାୟୀ ହେବ?

ଏହି ପୋଷ୍ଟ ଭାଇରାଲ ହେବାପରେ କମ୍ପାନି ପ୍ରତିକ୍ରିୟା ଦେଇ କହିଛି, ‘ମୋଣ୍ଡେଲେଜ୍ ଇଣ୍ଡିଆ ଫୁଡ୍ସ ପ୍ରାଇଭେଟ ଲିମିଟେଡ ସବୁଠାରୁ ଭଲ ଗୁଣବତ୍ତାକୁ ଦୃଷ୍ଟିରେ ରଖିବାକୁ ଚେଷ୍ଟା କରିଥାଏ। ଆପଣଙ୍କ ସହିତ ଘଟିଥିବା ଏହି ଘଟଣା ପାଇଁ ଆମେ ଦୁଃଖୀତ। ଆପଣ ଆମ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ। ଆମେ ଗ୍ରାହକଙ୍କ ସମସ୍ତ ଅସୁବିଧାର ସମାଧାନ ପାଇଁ ସର୍ବଦା ତତ୍ପର ରହିଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe