Image Courtesy of ZeeNews
ତେଲେଙ୍ଗାନା: ପଛରେ ଦ୍ରୁତଗାମୀ ଟ୍ରେନ୍ ଆସୁଥିବାର ଦୃଶ୍ୟଥାଇ ଭିଡିଓ ସେଲ୍ଫିଟିଏ ଉଠାଉଥିବା ହାଇଦ୍ରାବାଦର ଜଣେ ବ୍ୟକ୍ତି ମୃତପ୍ରାୟ ଆହତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି।
ପୁଲିସ କହିବା ଅନୁସାରେ, ସେ ବ୍ୟକ୍ତିଙ୍କ ନାମ ହେଉଛନ୍ତି ଓ୍ଵାରାଙ୍ଗଲ୍ ନିବାସୀ ଶିବ। ଭିଡିଓରେ ଦେଖାଯାଉଛି ସେ ଏକ ଧାରଣା ପାଖରେ ଠିଆ ହୋଇଛନ୍ତି ଯାହା ଉପରେ ଦ୍ରୁତ ବେଗରେ ଟ୍ରେନ୍ଟିଏ ମାଡ଼ିଆସୁଛି। ଶେଷରେ ଟ୍ରେନ୍ ଶିବଙ୍କୁ ଧକ୍କା ଦେଇ ତଳେ ପକାଇ ଦେବାର ଶବ୍ଦ ଶୁଭିବା ସହ ଲୋକେ ପାଟି କରି ତାଙ୍କ ଆଡ଼କୁ ଧାଇଁ ଯିବାର ଶବ୍ଦ ମଧ୍ୟ ଶୁଭୁଛି।
ଘଟନାଟି ରବିବାର ଦିନ ହାଇଦ୍ରାବାଦ ଉପକଣ୍ଠରେ ଥିବା ଭାରତ ନଗର ରେଳ ଷ୍ଟେସନ୍ରେ ଘଟିଥିଲା। ବୁଧବାର ଦିନ ଭିଡିଓଟି ଗଣମାଧ୍ୟମରେ ପୋଷ୍ଟ୍ କରାଯିବା ପରେ ଭାଇରାଲ୍ ହୋଇଛି। ଏହାକୁ ବୋକାମିର ଚରମ ସୀମା ବୋଲି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ କହିଛନ୍ତି।
ଟ୍ରେନ୍ ପାଖେଇ ଆସିବାରୁ କେହି ଜଣେ ସତର୍କ କରାଇ ଦେଉଥିବା କଥା ଭିଡିଓରେ ଶୁଭୁଛି। କିନ୍ତୁ ଶିବ ତାହାକୁ ହେୟଜ୍ଞାନ କରି କହୁଛନ୍ତି ‘ଗୋଟେ ମିନିଟ୍’। ତା’ପରେ ଟ୍ରେନ୍ ତାଙ୍କୁ ଧକ୍କା ଦେଇଛି।
ଶିବଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଜଣାପଡ଼ିଛି।
Follow Us