indiatoday
ହାଇଦ୍ରାବାଦ: ହାଇଦ୍ରାବାଦରେ ମୁମ୍ବାଇ ଯିବା ପାଇଁ ଜଣେ ମହିଳା କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ବାମୀଠାରୁ ଝଗଡ଼ା କରି ଅଲଗା ହେବା ସହ ୨ମାସର ପୁଅକୁ ୪୫,୦୦୦ଟଙ୍କାରେ ଜଣେ ମା’ ବିକ୍ରି କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଘଟଣା ବିଷୟରେ ପୁଲିସରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ମହିଳାଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ମହିଳାଙ୍କ ନାଁ ଶେଖ୍ ଜୋୟା ଖାନ୍ ବୋଲି ଜଣା ପଡ଼ିଛି।
Verywell Familyସୂଚନା ମୁତାବକ, ଜୋୟା ସ୍ବାମୀଙ୍କ ସହ ଝଗଡ଼ା କରି ଏକା ରହୁଥିଲେ। କିଛି ଦିନ ପରେ ପୁଅର ଦାୟିତ୍ବ ନେବାରେ କଷ୍ଟ ହେବାରୁ ସେ ନିଜ ପୁଅକୁ ବିକିବା ପାଇଁ ମନସ୍ତ କରିଥିଲେ। ଏହା ସହ ମୁମ୍ବାଇ ଯିବାର ସ୍ବପ୍ନ ପୂରା କରିବା ପାଇଁ ଜୋୟା ନିଜ ପୁଅକୁ ୪୫,୦୦୦ଟଙ୍କାରେ ବିକ୍ରି କରିଥିଲେ। ଏହି ଘଟଣା ବିଷୟରେ ଜୋୟାଙ୍କ ସ୍ବାମୀ ଅବଦୁଲ ଜାଣିବା ପରେ ତୁରନ୍ତ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଜୋୟା, ମଧ୍ୟସ୍ଥି, ଶିଶୁକୁ କିଣିଥିବା ପରିବାର ସମେତ ୫ଜଣଙ୍କୁ ଗିରଫ କରିଛି। ଏହା ସହ ଶିଶୁକୁ ଅବଦୁଲଙ୍କୁ ହସ୍ତାନ୍ତର କରିଛି ପୁଲିସ।
Follow Us