ମାତାପିତାଙ୍କ ହୋସ୍ ଉଡ଼ାଇଲା ନର୍ସରୀ ସ୍କୁଲ ଫି‘, ଏବିସିଡି ଶିଖାଇବାକୁ ନେଉଛନ୍ତି ୨.୫୦ଲକ୍ଷ

କିଛି ବର୍ଷ ତଳେ ପିଲାମାନେ ସ୍କୁଲ ଯିବା ଆରମ୍ଭ କରୁଥିଲେ ମାତାପିତାଙ୍କ ମନରେ ଖୁସି ଭରିଯାଉଥିଲା। ହେଲେ ଏବେ ପିଲା ଜନ୍ମ କରିବା ପୂର୍ବରୁ ହିଁ ସ୍କୁଲ ଫି’କୁ ନେଇ ମାତାପିତାଙ୍କ ମୁଣ୍ଡରେ ଚିନ୍ତା ପଶୁଛି।

New Project (7)

ହାଇଦ୍ରାବାଦ: ‌କିଛି ବର୍ଷ ତଳେ ପିଲାମାନେ ସ୍କୁଲ ଯିବା ଆରମ୍ଭ କରୁଥିଲେ ମାତାପିତାଙ୍କ ମନରେ ଖୁସି ଭରିଯାଉଥିଲା। ହେଲେ ଏବେ ପିଲା ଜନ୍ମ କରିବା ପୂର୍ବରୁ ହିଁ ସ୍କୁଲ ଫି’କୁ ନେଇ ମାତାପିତାଙ୍କ ମୁଣ୍ଡରେ ଚିନ୍ତା ପଶୁଛି। ଆଗରୁ ୫୦୦-୧୦୦୦ରେ କାମ ଚଳିଯାଉଥିବା ବେଳେ ଏବେ ପିଲା ସ୍କୁଲ ଦୁଆରମୁହଁରେ ପହଞ୍ଚିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ପଢ଼ୁଛି। ହାଇଦ୍ରାବାଦରୁ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏବିସିଡି ଶିଖାଇବାକୁ ସ୍କୁଲ ନେଉଛି ୨.୫୦ଲକ୍ଷ ଟଙ୍କା।

ହାଇଦ୍ରାବାଦାରେ ନର୍ସରୀ ପାଇଁ ୨,୫୧,୦୦୦ଟଙ୍କା ନେଉଛି ସ୍କୁଲ। ହାଇଦ୍ରାବାଦର ଏକ ପ୍ରସିଦ୍ଧ ଘରୋଇ ସ୍କୁଲର ନର୍ସରୀ ଫି ପ୍ରସଙ୍ଗ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି। ୨୦୨୫-୨୬ ଅଧିବେଶନ ପାଇଁ ନର୍ସରୀ ଆଡ୍‌ମିଶନ ବାବଦକୁ ସ୍କୁଲ ୨.୫୧ ଲକ୍ଷ ଟଙ୍କା ମାଗୁଛି। ଏହାର ଅର୍ଥ ପ୍ରତି ମାସରେ ପ୍ରାୟ ୨୧,୦୦୦ ଟଙ୍କା ଦେବାକୁ ହେବ।

ଏହି ଫି ଷ୍ଟ୍ରକଚରକୁ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ଅନୁରାଧା ତିୱାରୀ ଲେଖିଛନ୍ତି, "ଏବେ ଆପଣଙ୍କୁ ଏବିସିଡି ଶିଖିବା ପାଇଁ ପ୍ରତି ମାସରେ ୨୧,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏତେ ଅଧିକ ଫି ବଦଳରେ ଏହି ସ୍କୁଲଗୁଡ଼ିକ ପିଲାମାନଙ୍କୁ କ’ଣ ଶିକ୍ଷା ଦେଉଛନ୍ତି?" ତାଙ୍କର ଏହି ପୋଷ୍ଟ ଏବେ ଏବ ବଡ଼ ବିତର୍କ ସୃଷ୍ଟି କରିଛି। କିଛି ଲୋକ ଏହାକୁ "ଶିକ୍ଷାର ବାଣିଜ୍ୟକରଣ" ବୋଲି କହୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଏହା ସ୍କୁଲ ନା ପଞ୍ଚତାରକା ହୋଟେଲ? ମଧ୍ୟବିତ୍ତ ଶ୍ରେଣୀର ପିଲାମାନେ ଏବେ ଶିକ୍ଷାରୁ ବଞ୍ଚିତ ହେବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe