‘ଏନ୍‌କାଉଣ୍ଟର୍‌’ ଧମକ ପାଇବାର ଦୁଇ ଦିନ ପରେ ମୃତାବସ୍ଥାରେ ମିଳିଲେ ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ

Advertisment
‘ଏନ୍‌କାଉଣ୍ଟର୍‌’ ଧମକ ପାଇବାର ଦୁଇ ଦିନ ପରେ ମୃତାବସ୍ଥାରେ ମିଳିଲେ ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ

ହାଇଦ୍ରାବାଦ: ‘ଏନ୍‌କାଉଣ୍ଟର୍‌’ କରାଯିବ ବୋଲି ତେଲେଙ୍ଗାନା ମନ୍ତ୍ରୀ କହିବାର ଦୁଇ ଦିନ ପରେ ହାଇଦ୍ରାବାଦର ଜଣେ ୬ ବର୍ଷୀୟ ବାଳିକା ‘ଦୁଷ୍କର୍ମ ଓ ହତ୍ୟା’ରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଶବ ଆଜି ସକାଳେ ରେଳଧାରଣା ଉପରୁ ମିଳିଛି। ଦୌଡ଼ି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଥିବା କଥା ପୁଲିସ କହୁଛି।

ଟୁଇଟର୍‌ରେ ଅଭିଯୁକ୍ତଙ୍କ ଶବର ଫଟୋ ସେୟାର୍‌ କରି ତେଲେଙ୍ଗାନା ପୁଲିସ ମୁଖ୍ୟ ଏ ଖବରକୁ ସୁନିଶ୍ଚିତ କରିଛନ୍ତି।

publive-image Image Courtesy of NDTV

ହାଇଦ୍ରାବାଦ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ‘ଏନ୍‌କାଉଣ୍ଟର୍‌’ କରି ହତ୍ୟା କରାଯିବ ବୋଲି ମଙ୍ଗଳବାର ଦିନ ତେଲେଙ୍ଗାନା ଶ୍ରମମନ୍ତ୍ରୀ ମଲ୍ଲା ରେଡ୍ଡୀ କହିଥିଲେ। ସାମ୍ବାଦିକମାନଙ୍କୁ ସେ କହିଥିଲେ, ୬ ବର୍ଷୀୟ ବାଳିକାକୁ ‘ତ୍ବରିତ ନ୍ୟାୟ’ ଦିଆଯିବ। ଅଭିଯୁକ୍ତକୁ ଆମେ ନିଶ୍ଚୟ ଧରିବୁ ଏବଂ ଏନ୍‌କାଉଣ୍ଟର୍‌ କରି ମାରିବୁ। ତାକୁ ଛାଡ଼ିବାର କଥା ହିଁ ଉଠୁନାହିଁ।

publive-image Image Courtesy of NDTV

ସୂଚନାଯୋଗ୍ୟ, ସେପ୍ଟେମ୍ବର ୯ ତାରିଖ ଦିନ ଦୁଷ୍କର୍ମ ଓ ହତ୍ୟାର ସରବ୍ୟ ହୋଇଥିବା ଜଣେ ୬ବର୍ଷୀୟ ବାଳିକାର ଶବ ତାଲା ପଡ଼ିଥିବା ଗୋଟାଏ ଘରୁ ଉଦ୍ଧାର କରାଯାଇଥିଲା। ପୀଡ଼ିତାର ପଡ଼ୋଶୀ ତଥା ୩୦ ବର୍ଷିୟ ଅଭିଯୁକ୍ତଙ୍କୁ ଖୋଜୁଥିବା କଥା ପୁଲିସ କହିଥିଲା।

ତାଙ୍କୁ ଖୋଜିବା ଲାଗି ପ୍ରାୟ ୧୫ଟି ପୁଲିସ ଟିମ୍‌ ଗଠନ କରାଯାଇ ମହାରାଷ୍ଟ୍ର ଏବଂ ହାଇଦ୍ରାବାଦକୁ ପଠାଯାଇଥିଲା। ଫେରାର ଅଭିଯୁକ୍ତଙ୍କ ସୂଚନା ଦେଇ ପାରିଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୂର୍ବରୁ ହାଇଦ୍ରାବାଦ ପୁଲିସ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe