ମୁସଲମାନମାନେ ଚିଙ୍ଗୁଡ଼ି ନ ଖାଇବାକୁ ଫତଓ୍ଵା ଜାରି କଲା ଇସଲାମିକ ସ୍କୁଲ

Advertisment
ମୁସଲମାନମାନେ ଚିଙ୍ଗୁଡ଼ି ନ ଖାଇବାକୁ ଫତଓ୍ଵା ଜାରି କଲା ଇସଲାମିକ ସ୍କୁଲ

ହାଇଦ୍ରାବାଦ: ହ୍ରାଇଦ୍ରାବାଦର ପ୍ରସିଦ୍ଧ ଇସଲାମିକ ସ୍କୁଲ ‘ ଜାମିଆ ନିଜାମିଆ’ ର ମୁଖ୍ୟ ମୁଫ୍‌ତି ମୁସଲମାନମାନେ ଚିଙ୍ଗୁଡ଼ି ନ ଖାଇବା ପାଇଁ ଫତଓ୍ଵା ଜାରି କରିଛନ୍ତି। ମୁସଲମାନମାନଙ୍କୁ ଚିଙ୍ଗୁଡ଼ି ଖାଇବାକୁ ଅନୁମତି ନାହିଁ ବୋଲି ଗତ ଜାନୁଆରି ୧ ତାରିଖ ଦିନ ଏହି ୧୪୨ ବର୍ଷର ପୁରୁଣା ଇସ୍‌ଲାମିକ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟର ମୁଖ୍ୟ ମୁଫ୍‌ତି ମହମ୍ମଦ ଆଜିମୁଦ୍ଦିନ ଫତଓ୍ଵା ଜାରି କରି କହିଛନ୍ତି। ଅବଶ୍ୟ ମୁଫ୍‌ତି ମହମ୍ମଦ ଆଜିମୁଦ୍ଦିନଙ୍କ ଏହି ଫତ୍‌ଓ୍ଵାକୁ ବହୁ ମୁସଲମାନ ବୁଦ୍ଧିଜୀବୀ ବିରୋଧ କରିଛନ୍ତି।

publive-image
ଜାରି ହୋଇଥିବା ଫତ୍‌ଓ୍ଵାରେ କୁହାଯାଇଛି ଯେ, ଚିଙ୍ଗୁଡ଼ି ଏକ ସନ୍ଧିପଦ ପ୍ରାଣୀ। କୀଟଗୁଡ଼ିକ ଯେପରି ସନ୍ଧିପଦ, ଚିଙ୍ଗୁଡ଼ି ମଧ୍ୟ ସେହିପରି ସନ୍ଧିପଦ। ଚିଙ୍ଗୁଡ଼ି କୌଣସି ପରିସ୍ଥିତିରେ ମାଛ ବର୍ଗରେ ଆସୁ ନାହିଁ। ତେଣୁ ମୁସଲମାନମାନେ ଚିଙ୍ଗୁଡ଼ି ନ ଖାଇବାକୁ ମୁଫ୍‌ତି ମହମ୍ମଦ ଆଜିମୁଦ୍ଦିନ ପରାମର୍ଶ ଦେଇଛନ୍ତି। ଜାମିଆ ନିଜାମିଆ ଇସ୍‌ଲାମିକ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟର ମୁଖ୍ୟ ମୁଫ୍‌ତି ମହମ୍ମଦ ଆଜିମୁଦ୍ଦିନ ଚିଙ୍ଗୁଡ଼ିକୁ ମୁସଲମାନଙ୍କ ପାଇଁ ଥିବା ଧାଦ୍ୟ ବିଧିବ୍ୟବସ୍ଥାର ମକରୁହ୍‌ ତହରିମ ବର୍ଗରେ ସାମିଲ କରିବା ସହିତ କୌଣସି ପରିସ୍ଥିତିରେ ଚିଙ୍ଗୁଡ଼ି ମୁସଲମାନମାନେ ଖାଇବା ଉଚିତ ନୁହେଁ ବୋଲି କହିଛନ୍ତି।ଇସ୍‌ଲାମିକ ନ୍ୟାୟଶାସ୍ତ୍ର ଅନୁଯାୟୀ, ତିନି ପ୍ରକାର ଖାଦ୍ୟ ଅଛି। ପ୍ରଥମତଃ ହଲାଲ( ଯାହା ଆଇନ ସମ୍ମତ), ହରାମ( ନିଷିଦ୍ଧ) ମକରୁହ(ଘୃଣ୍ୟ)। ଚିଙ୍ଗୁଡ଼ି ଏହି ଘୃଣ୍ୟ ଖାଧ୍ରବର୍ଗରେ ଯାଉଛି ବୋଳି ମୁଫ୍‌ତି ମହମ୍ମଦ ଆଜିମୁଦ୍ଦିନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe