ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ଆକ୍ରମଣ: ଜୟଶଙ୍କରଙ୍କୁ ସହାୟତା ପାଇଁ ଚିଠି ଲେଖିଲେ ପତ୍ନୀ

Advertisment
ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ଆକ୍ରମଣ: ଜୟଶଙ୍କରଙ୍କୁ ସହାୟତା ପାଇଁ ଚିଠି ଲେଖିଲେ ପତ୍ନୀ

ହାଇଦ୍ରାବାଦ: ଆମେରିକାର ଚିକାଗୋରେ ଜଣେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ କରି ତାଙ୍କ ଫୋନ୍ ଲୁଟି ନେଇଛନ୍ତି ସଶସ୍ତ୍ର ଦୁର୍ବୃତ୍ତ। ଏଥିରେ ହସ୍ତକ୍ଷେପ କରି ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ତାଙ୍କ ପରିବାର ପକ୍ଷରୁ ଭାରତ ସରକାରଙ୍କୁ ନିବେଦନ କରାଯାଇଛି। ହାଇଦ୍ରାବାଦର ବାସିନ୍ଦା ସୟଦ ମଜାହିର ଅଲି ସିକାଗୋସ୍ଥିତ ଇଣ୍ଡିଆନା ୱେସ୍ଲିଆନ୍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ କରୁଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫେବ୍ରୁଆରି ୪ ତାରିଖରେ ତାଙ୍କ ୱେଷ୍ଟ ରିଜ୍ ଆପାର୍ଟମେଣ୍ଟ ନିକଟରେ ସଶସ୍ତ୍ର ଡକାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ।

ଭାଇରାଲ ଭିଡିଓରେ ଅଲି କହୁଥିବା ଶୁଣିବାକୁ ମିଳୁଛି ଯେ ସେ ଘରକୁ ଯାଉଥିବା ବେଳେ ୪ ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ମାଡ଼ ମାରିବା ସହ ସହ ଫୋନ୍ ଓ ପର୍ସ ନେଇ ପଳାଇ ଯାଇଥିଲେ। ହାଇଦ୍ରାବାଦରେ ଥିବା ଅଲିଙ୍କ ପତ୍ନୀ ଓ ତିନି ନାବାଳକ ସନ୍ତାନଙ୍କ ସମେତ ତାଙ୍କ ପରିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଚିନ୍ତିତ ଅଛନ୍ତି। ତାଙ୍କ ପତ୍ନୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଯୋଗାଯୋଗ କରି ଆମେରିକା ଯିବା ପାଇଁ ସହାୟତା ନିମନ୍ତେ ଅନୁରୋଧ କରିଛନ୍ତି। ଚିକାଗୋସ୍ଥିତ ଭାରତୀୟ ଦୂତାବାସ ମଙ୍ଗଳବାର କହିଛି ଯେ ସେମାନେ ଅଲି ଓ ତାଙ୍କ ପତ୍ନୀ ସୟଦା ରୁକିୟା ଫାତିମା ରଜଭିଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ଏହି ମାମଲାରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe