ମୁଁ ସବୁବେଳେ ରୋଡସୋକୁ ବିରୋଧ କରିଆସିଛି

ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବାଙ୍ଗାଲୋର ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ସବୁବେଳେ ରୋଡ୍ ସୋ ଏବଂ ଏପରି କାର୍ଯ୍ୟକ୍ରମର ବିରୋଧୀ। 

Gautam

ମୁମ୍ବାଇ : ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବାଙ୍ଗାଲୋର ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେ ସବୁବେଳେ ରୋଡ୍ ସୋ ଏବଂ ଏପରି କାର୍ଯ୍ୟକ୍ରମର ବିରୋଧୀ। 

ବୁଧବାର ଦିନ, ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ପ୍ରଶଂସକଙ୍କ ମଧ୍ୟରେ ଦଳାଚକଟା ଘଟି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଆଇପିଏଲ ଟାଇଟଲ୍ ବିଜୟର ଉତ୍ସବ ଏକ ଶୋକସଭାରେ ପରିଣତ ହୋଇଥିଲା। ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫୦ରୁ ଅଧିକ ଆହତ ହୋଇଥିଲେ।

ମୁଁ ସବୁବେଳେ ଭାବେ ଯେ ରୋଡସୋ  ପରି କାର୍ଯ୍ୟକ୍ରମର କୌଣସି ଆବଶ୍ୟକତା ନାହିଁ । ମୁଁ ଯେତେବେଳେ ଖେଳୁଥିଲି ସେତେବେଳେ ବି ଏହା ଭାବୁଥିଲି । ୨୦୦୭ରେ ଟି-୨୦ ବିଶ୍ବକପ ଜିତିବା ପରେ ବି ମୁଁ କହିଥିଲି ଯେ ଆମକୁ ରୋଡସୋ କରିବା ଉଚିତ ନୁହେଁ : ଗମ୍ଭୀର

ଭାରତୀୟ ଟିମ ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ଗୁରୁବାର ମୁମ୍ବାଇଠାରେ ବିସିସିଆଇ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗମ୍ଭୀରଙ୍କୁ ବେଙ୍ଗାଲୁରୁ ଦଳାଚକଟା ସଂପର୍କରେ ସାମ୍ବାଦିକମାନେ  ପଚାରିଥିଲେ  ଯେ ଏଥିପାଇଁ କିଏ ଦାୟୀ ବୋଲି ଭାବୁଛନ୍ତି ? ସେ ଉତ୍ତର ଦେଇଥିଲେ “ମୁଁ କାହାକୁ ଦାୟୀ କରିବା ଲାଗି କେହିନୁହେଁ । ମଁଁ ସବୁବେଳେ ଭାବେ ଯେ ରୋଡସୋ  ପରି କାର୍ଯ୍ୟକ୍ରମର କୌଣସି ଆବଶ୍ୟକତା ନାହିଁ । ମୁଁ ଯେତେବେଳେ ଖେଳୁଥିଲି ସେତେବେଳେ ବି ଏହା ଭାବୁଥିଲି । ୨୦୦୭ରେ ଟି-୨୦ ବିଶ୍ବକପ ଜିତିବା ପରେ ବି ମୁଁ କହିଥିଲି ଯେ ଆମକୁ ରୋଡସୋ କରିବା ଉଚିତ ନୁହେଁ ।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe