‘ଅଳ୍ପ ଦିନ ପାଇଁ ହେଲେ ବି ମୁଁ ଦାୟିତ୍ୱରେ ଅଛି’

Advertisment

ଜଣେ ଓକିଲ କୋର୍ଟରେ ଦିଆଯାଇଥିବା ଆଦେଶର ବିବରଣୀ ବିଷୟରେ କୋର୍ଟ ମାଷ୍ଟରଙ୍କ ସହ କ୍ରସ୍ ଚେକ୍ କରିଛନ୍ତି ବୋଲି କହିବା ପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉପରେ ରାଗିଯାଇଥିଲେ।

ଜଣେ ଓକିଲ କୋର୍ଟରେ ଦିଆଯାଇଥିବା ଆଦେଶର ବିବରଣୀ ବିଷୟରେ କୋର୍ଟ ମାଷ୍ଟରଙ୍କ ସହ କ୍ରସ୍ ଚେକ୍ କରିଛନ୍ତି ବୋଲି କହିବା ପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉପରେ ରାଗିଯାଇଥିଲେ।

;khkh;k;hk;hkh;k

ନୂଆଦିଲ୍ଲୀ: ଜଣେ ଓକିଲ କୋର୍ଟରେ ଦିଆଯାଇଥିବା ଆଦେଶର ବିବରଣୀ ବିଷୟରେ କୋର୍ଟ ମାଷ୍ଟରଙ୍କ ସହ କ୍ରସ୍ ଚେକ୍ କରିଛନ୍ତି ବୋଲି କହିବା ପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉପରେ ରାଗିଯାଇଥିଲେ। ମୁଁ କୋର୍ଟରେ କ’ଣ ନିର୍ଦ୍ଦେଶ ଦେଇଥିଲି ବୋଲି କୋର୍ଟ ମାଷ୍ଟରଙ୍କୁ ପଚାରିବାର ସାହସ ତୁମେ କେମିତି କଲ? ଆସନ୍ତାକାଲି ତୁମେ ମୋ ଘରକୁ ଆସି ମୋ ବ୍ୟକ୍ତିଗତ ସଚିବଙ୍କୁ ପଚାରିବ ମୁଁ କ’ଣ କରୁଛି? ଓକିଲମାନେ ସମସ୍ତ ବୁଦ୍ଧି ହରାଇଛନ୍ତି ନା କ’ଣ ବୋଲି ପ୍ରଧାନବିଚାରପତି ପ୍ରଶ୍ନ କରିଥିଲେ। 

ପ୍ରଧାନ ବିଚାରପତି କହିଛନ୍ତି ଯେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ସେ ଦାୟିତ୍ୱରେ ଅଛନ୍ତି। ଏପରି ଅପଚେଷ୍ଟା ଆଉ କରନ୍ତୁ ନାହିଁ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ପରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଦାୟିତ୍ବ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ତାଙ୍କ ଦୁଇବର୍ଷର କାର୍ଯ୍ୟକାଳ ମଧ୍ୟରେ ଅଦାଲତରେ ଶୃଙ୍ଖଳାକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ଅଦାଲତରେ ବେପରୁଆ ଆଚରଣ କରୁଥିବା ଓକିଲଙ୍କୁ ବାରମ୍ବାର ସମାଲୋଚନା କରିଛନ୍ତି। ଏହାର ସଦ୍ୟତମ ଉଦାହରଣ ଚଳିତ ସପ୍ତାହ ପ୍ରାରମ୍ଭରେ ଅଦାଲତରେ ଦେଖିବାକୁ ମିଳିଥିଲା, ଯେତେବେଳେ ପ୍ରଧାନ ବିଚାରପତି ଖଣ୍ଡପୀଠଙ୍କୁ ସମ୍ବୋଧିତ କରିବା ସମୟରେ ଜଣେ ଓକିଲଙ୍କ ଅନୌପଚାରିକ ଭାଷା ‘ହଁ-ହଁ’ (ୟା-ୟା) ବ୍ୟବହାରକୁ ସମାଲୋଚନା କରିଥିଲେ। ଏହା କୌଣସି କଫି ସପ୍ ନୁହେଁ! ହଁ-ହଁ କ’ଣ? ଏଥି ପ୍ରତି ମୋର ବହୁତ ଆଲର୍ଜି ଅଛି।

ଏହାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି କହିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟୋରାଲ ବଣ୍ଡ୍ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଖଣ୍ଡପୀଠଙ୍କୁ ସମ୍ବୋଧିତ କରିବା ବେଳେ ଜଣେ ଓକିଲ ଉଚ୍ଚ ସ୍ୱରରେ କହିବାରୁ ତାଙ୍କୁ ସମାଲୋଚନା କରିଥିଲେ। ମୋ ଉପରେ ଚିତ୍କାର କର ନାହିଁ। ଏହା ହାଇଡ୍ ପାର୍କ କର୍ଣ୍ଣର ମିଟିଂ ନୁହେଁ, ଆପଣ କୋର୍ଟରେ ଅଛନ୍ତି ବୋଲି ସେ ଓକିଲଙ୍କୁ ଚେତାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe