ମୁଁ ରାଜପକ୍ଷେଙ୍କର ନୁହେଁ, ଜନତାଙ୍କ ବନ୍ଧୁ: ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କହିଲେ ବିକ୍ରମସିଂଘେ

Advertisment
ମୁଁ ରାଜପକ୍ଷେଙ୍କର ନୁହେଁ, ଜନତାଙ୍କ ବନ୍ଧୁ: ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କହିଲେ ବିକ୍ରମସିଂଘେ

Image Courtesy of The Indian Express

କଲମ୍ବୋ: ମୁଁ ରାଜପକ୍ଷେମାନଙ୍କର ବନ୍ଧୁ ନୁହେଁ, ଜନସାଧାରଣଙ୍କ ବନ୍ଧୁ ବୋଲି ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ରାନିଲ ବିକ୍ରମସିଂଘେ କହିଛନ୍ତି।

ସେ ରାଜପକ୍ଷେଙ୍କ ଘନିଷ୍ଠ ବୋଲି ଅଭିଯୋଗ କରି ସରକାର ବି‌ରୋଧୀ ପ୍ରତିବାଦକାରୀମାନେ ଆଜି ମଧ୍ୟ ରାଷ୍ଟ୍ରପତିଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ, ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରି ବିକ୍ରମସିଂଘେ କହି‌ଛନ୍ତି, ମୁଁ ରାଜପକ୍ଷେମାନଙ୍କର ବନ୍ଧୁ ନୁହେଁ, ଜନସାଧାରଣଙ୍କ ବନ୍ଧୁ। ଜନସାଧାରଣଙ୍କ ସୁବିଧା ପାଇଁ ସେ ଶାସନ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

publive-image Image Courtesy of The Indian Express

ଏଥିସହ ସେ କହିଛନ୍ତି, ଆଗରୁ ମୁଁ ପୂର୍ବତନ ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗେଙ୍କ ସହିତ କାର୍ଯ୍ୟ କରିଛି। ସେ ଅନ୍ୟ ଦଳର ମୁଁ ଅନ୍ୟ ଦଳର। ଅନ୍ୟ ଦଳର ରାଷ୍ଟ୍ରପତିଙ୍କ ସହିତ କାମ କରିବା ଅର୍ଥ ନୁହେଁ ଯେ, ମୁଁ ତାଙ୍କର ବନ୍ଧୁ ହୋଇଗଲି।

ଆଜି ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ବିକ୍ରମସିଂଘେଙ୍କ ପତ୍ନୀ ମୈତ୍ରୀ ବିକ୍ରମସିଂଘେ। ୫୭ ବର୍ଷୀୟ ମୈତ୍ରୀ ସମ୍ପ୍ରତି ଶ୍ରୀଲଙ୍କାର କେଲାନିୟା ବିଶ୍ବବିଦ୍ୟାଳୟରେ ଇଂରାଜୀ ପ୍ରଧ୍ୟାପିକା ଭାବେ କାର୍ଯ୍ୟକରୁଛନ୍ତି। ସାଂସଦ ମହିନ୍ଦା ରାଜପକ୍ଷେ ମଧ୍ୟ ରାନିଲ୍‌ ବିକ୍ରମସିଂଘେଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।

ସଂସଦ ପରିସରରେ ମୁଖ୍ୟ ବିଚାରପତି ଜୟନ୍ତ ଜୟଯୂର୍ଯ୍ୟା ୭୩ ବର୍ଷିୟ ବିକ୍ରମସିଂଘେଙ୍କୁ ଶପଥ ପାଠ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe