ଭାରତୀୟ ମୁସ୍‌ଲିମ୍‌ ଭାବେ ନିଜକୁ ଗର୍ବ କରେ: ଆଜାଦ

Advertisment

ପାକିସ୍ତାନ ଯାଇନଥିବା ଭାଗ୍ୟବାନ ଲୋକଙ୍କ ଭିତରେ ମୁଁ ଜଣେ

ପାକିସ୍ତାନ ଯାଇନଥିବା ଭାଗ୍ୟବାନ ଲୋକଙ୍କ ଭିତରେ ମୁଁ ଜଣେ

ଭାରତୀୟ ମୁସ୍‌ଲିମ୍‌ ଭାବେ ନିଜକୁ ଗର୍ବ କରେ: ଆଜାଦ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଅବସର ନେଇଥିବା ବରିଷ୍ଠ କଂଗ୍ରେସ ସାଂସଦ ଗୁଲାମ ନବି ଆଜାଦ୍‌(୭୧)ଙ୍କୁ ଆଜି ବିଭିନ୍ନ ଦଳର ନେତାମାନେ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ଏହି ଅବସରରେ ସେ ନିଜକୁ ଜଣେ ଭାରତୀୟ ମୁସ୍‌ଲିମ୍‌ ଭାବେ ବହୁତ ଗର୍ବ କରନ୍ତି ବୋଲି ଆଜାଦ୍‌ କହିଛନ୍ତି। ଅବସରକାଳୀନ ଭାଷଣରେ ସେ ପାକିସ୍ତାନ କଥା ଉଲ୍ଲେଖ କରି ଭାରତ ପ୍ରତି ରହିଥିବା ନିଜର ନିବିଡ଼ତାକୁ ପ୍ରକାଶ କରିଛନ୍ତି। ବିଭାଜନ ବେଳେ ପାକିସ୍ତାନ ଯିବାକୁ ମନ ବଳାଇନଥିବା ଭାଗ୍ୟବାନ ଲୋକଙ୍କ ଭିତରେ ସେ ଜଣେ ବୋଲି କହିଛନ୍ତି।

ବିଭିନ୍ନ ସମୟରେ ପାକିସ୍ତାନର ପରିବେଶ ଓ ପରିସ୍ଥିତି ବିଷୟରେ ପଢ଼ିଲା ବେଳେ ସେ ଭାରତୀୟ ମୁସଲିମ୍‌ ବୋଲି ଗର୍ବ ଅନୁଭବ କରୁଥିବା କହିଛନ୍ତି। ସେହିପରି ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଖୁବ୍‌ ପ୍ରଶଂସା କରି ସେ କିପରି କୌଣସି ସମସ୍ୟାର ସମାଧାନ ବାହାର କଲା ବେଳେ ଶାସକ ଓ ବିରୋଧୀ ସମସ୍ତଙ୍କୁ ସାମିଲ କରୁଥିଲେ ବୋଲି କହିଛନ୍ତି। ସେହିପରି ଯେ ପର୍ଯ୍ୟନ୍ତ ରାଜନେତାମାନେ ଲୋକଙ୍କ ପାଇଁ ସେବା କରୁଥିବେ ଏବଂ ସେମାନଙ୍କ ମଙ୍ଗଳ ପାଇଁ ନିୟମ କାନୁନ ଗଢୁଥିବେ, ସେ ପର୍ଯ୍ୟନ୍ତ ଜନସାଧାରଣ ସେମାନଙ୍କ ଉପରେ ଭରସା ରଖିଥିବେ। ଯଦି ଆମେ କେବଳ ପରସ୍ପର ଭିତରେ ମାଡ଼ପିଟ ଚଳାଇଥିବା, ଆମେ ଲୋକଙ୍କର ବିଶ୍ବାସ ହରାଇ ବସିବା ବୋଲି ଆଜାଦ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe