ଆମେରିକା ସିନେଟର୍‌ କହିଲେ, ଭାରତକୁ ନେଇ ମୁଁ ଗର୍ବିତ

Advertisment

ଚୀନ୍‌ ବିରୋଧରେ ମହାମେଣ୍ଟ ଗଠନ ପାଇଁ ଆହ୍ବାନ

ଚୀନ୍‌ ବିରୋଧରେ ମହାମେଣ୍ଟ ଗଠନ ପାଇଁ ଆହ୍ବାନ

ଲଦାଖରେ ପ୍ରଥମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ମଞ୍ଜୁର କଲେ ମୋଦୀ

Image Courtesy of Hindustan Times

ୱାସିଂଟନ: ଆମେରିକାର ବରିଷ୍ଠ ସିନେଟର ଜନ୍‌ କେନେଡି ଭାରତକୁ ନେଇ ଗର୍ବିତ ବୋଲି କହିଛନ୍ତି। ବିଶେଷକରି ଚୀନ୍‌ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁସବୁ ପଦ‌କ୍ଷେପ ନେଇ ତାହା ଅତୀବ ପ୍ରଶଂସନୀୟ ବୋଲି କେନେଡି କହିଛନ୍ତି। ଲଦାଖ ସୀମାର ଗଲୱାନ ଘାଟିରେ ଚୀନ୍‌-ଭାରତ ସଂଘର୍ଷରେ ପ୍ରାଣବଳି ଦେଇଥିବା ୨୦ ଭାରତୀୟ ଯବାନଙ୍କ ପାଇଁ କେନେଡି ଦୁଃଖ ପ୍ରକାଶ କରିବା ସହ ଚୀନ୍‌ ବିରୋଧରେ ସବୁ ଦେଶ ଏକତ୍ର ହେବାକୁ ଆହ୍ବାନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସାହସର ସହ ଚୀନ୍‌କୁ ମୁକାବିଲା କରିଛନ୍ତି। ଚୀନ୍‌ ଭଳି ଦେଶକୁ ଏବେ କେହି ବିଶ୍ବାସ କରୁନାହାନ୍ତି। ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ଭାବେ ନିଜକୁ ଉପସ୍ଥାପନ କରୁଥିବା ଚୀନ୍‌କୁ ଏକଘରିକିଆ କରିବାକୁ ସିନେଟର କେନେଡି ଆହ୍ବାନ ଜଣାଇଛନ୍ତି। ଚୀନ୍‌ ଅର୍ଥ ବଳରେ ଏବେ ପଡୋଶୀ ଦେଶମାନଙ୍କ ଉପରେ ଅତ୍ୟାଚାର ଚଳାଇଛି। ଚୀନ୍‌ ବି‌ରୋଧରେ ମୁହଁ ଖୋଲିବାକୁ କେହି ସାହସ କରୁନାହାନ୍ତି। ଏଭଳି ସ୍ଥଳେ ଭାରତ ଚୀନ୍‌ର ଉଚିତ ଜବାବ ଦେଇଛି ବୋଲି ସିନେଟର କେନେଡି କହିଛନ୍ତି। ଏବେ କେବଳ ଭାରତ ନୁହେଁ, ଅଷ୍ଟ୍ରେଲିଆ, କାନାଡ଼ା, ଜାପାନ ଭଳି ଦେଶମାନେ ଚୀନ୍‌ ବିରୋଧରେ ମେଳି ହେଉଛନ୍ତି। କେବଳ ଏହିସବୁ ଦେଶ ନୁହେଁ ବରଂ ସମସ୍ତ ୟୁରୋପୀୟ, ଏସୀୟ ଏବଂ ଆମେରିକୀୟ ଦେଶମାନେ ଚୀନ ବି‌ରୋଧରେ ଏକତ୍ରିତ ହେବାକୁ ସିନେଟର କେନେଡି ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe