ମୁଁ ଏଭଳି ସରକାରଙ୍କୁ ସମର୍ଥନ କରୁଥିବାରୁ ଦୁଃଖିତ:ନୀତିଶଙ୍କୁ ଘେରିଲେ ଚିରାଗ

Advertisment

ବିହାରରେ ବଢୁଥିବା ଅପରାଧ ନେଇ କେନ୍ଦ୍ର ମନ୍ତ୍ରୀ ଚିରାଗ ମୁଖ୍ୟମନ୍ତ୍ରୀ ନୀତିଶ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ହତ୍ୟା ଏବଂ ଅନିୟନ୍ତ୍ରିତ ଅପରାଧ ନେଇ ଚିନ୍ତା ପ୍ରକାଶ କରି ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଏଭଳି ସରକାରଙ୍କୁ ସମର୍ଥନ କରୁଥିବାରୁ ମୁଁ ଦୁଃଖିତ...

ବିହାରରେ ବଢୁଥିବା ଅପରାଧ ନେଇ କେନ୍ଦ୍ର ମନ୍ତ୍ରୀ ଚିରାଗ ମୁଖ୍ୟମନ୍ତ୍ରୀ ନୀତିଶ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ହତ୍ୟା ଏବଂ ଅନିୟନ୍ତ୍ରିତ ଅପରାଧ ନେଇ ଚିନ୍ତା ପ୍ରକାଶ କରି ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଏଭଳି ସରକାରଙ୍କୁ ସମର୍ଥନ କରୁଥିବାରୁ ମୁଁ ଦୁଃଖିତ...

I am sad to support such a government: Chirag on Nitish

I am sad to support such a government: Chirag on Nitish Photograph: (sambad.in)

ପାଟନା: ଆଗାମୀ ଦୁଇ ମାସ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ବିରୋଧୀ ଏବଂ ସରକାର ପରସ୍ପର ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣୁଛନ୍ତି। 

ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ରାଜ୍ୟରେ କ୍ରମାଗତ  ଭାବେ ବୃଦ୍ଧି ପାଉଥିବା ଅପରାଧ ଘଟଣା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୁଁ ଦୁଃଖିତ ଯେ ମୁଁ ଏପରି ଏକ ସରକାରଙ୍କୁ ସମର୍ଥନ କରୁଛି। ସରକାରଙ୍କ ଶାସନରେ ୟ ଅପରାଧ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।

ଚିରାଗ ପାସୱାନ କହିଛନ୍ତି, ଯଦି କୁହାଯାଏ ଯେ, ବିହାରରେ ଘଟଣାଗୁଡ଼ିକ ନିର୍ବାଚନ ଯୋଗୁ ଘଟୁଛି, ତେବେ ମୁଁ ଏହା ମଧ୍ୟ କହିପାରିବି ଯେ ଏହା ହୋଇଥାଇପାରେ। ଏହା ସରକାରଙ୍କୁ ବଦନାମ କରିବାର ଏକ ଷଡ଼ଯନ୍ତ୍ର ହୋଇପାରେ, କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ପ୍ରଶାସନର ଦାୟିତ୍ୱ।

ସେ କହିଛନ୍ତି,ଏସବୁ ମଧ୍ୟରେ ମୁଁ ସରକାରଙ୍କୁ ସମୟୋଚିତ ପଦକ୍ଷେପ ନେବାକୁ ଅନୁରୋଧ କରୁଛି। ମୁଁ ଦୁଃଖିତ, ମୁଁ ଏପରି ଏକ ସରକାରଙ୍କୁ ସମର୍ଥନ କରୁଛି ଯେଉଁଠାରେ ଅପରାଧ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବିହାର ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ଲୋକମାନେ ବିରକ୍ତ ଏବଂ ଆତଙ୍କିତ ହୋଇଗଲେଣି।

ସୂଚନାଯୋଗ୍ୟ, ଚିରାଗ ପାସୱାନ ଗତ କିଛି ଦିନ ଧରି ନିରନ୍ତର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି। ପୂର୍ବରୁ ଚିରାଗଙ୍କ ଦଳର ଅନ୍ୟ ସାଂସଦମାନେ ମଧ୍ୟ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ଏବଂ ୟୁପିର ଯୋଗୀ ସରକାରଙ୍କଠାରୁ ଶିଖିବା ବିଷୟରେ କହିଥିଲେ।

ଅଧିକ ପଢ଼ନ୍ତୁ: ବଢ଼ିଲା ସାମ୍ବାଦିକଙ୍କ ପେନ୍‌ସନ; ୬ରୁ ୧୫ ହଜାରକୁ ବୃଦ୍ଧି

Bihar | chiragpaswan | Nitish Kumar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe