ପ୍ରଦୂଷିତ ହେଉଛି ବାୟୁ: ଦିଲ୍ଲୀରେ ନିଃଶ୍ବାସ ନେଇହେଉନି

Advertisment

ଏକ୍ୟୁଆଇ ୪୨୬, ଦିଲ୍ଲୀ ସରକାରଙ୍କୁ ଏନ୍‌ସିପିସିଆର୍‌ଙ୍କ ଅନୁରୋଧ: ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦକର

ଏକ୍ୟୁଆଇ ୪୨୬, ଦିଲ୍ଲୀ ସରକାରଙ୍କୁ ଏନ୍‌ସିପିସିଆର୍‌ଙ୍କ ଅନୁରୋଧ: ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦକର

ପ୍ରଦୂଷିତ ହେଉଛି ବାୟୁ: ଦିଲ୍ଲୀରେ ନିଃଶ୍ବାସ ନେଇହେଉନି

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ ଶ୍ରେଣୀକୁ ଚାଲିଯାଇଛି। ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ ଆଜି ୪୨୬ ରହିଛି। ପଡ଼ୋଶୀ ରାଷ୍ଟ୍ରର ନଡ଼ାପାଳ ଧୁଆଁ ଏବଂ ଯାନବାହନ ପ୍ରଦୂଷଣ ହେତୁ ଦିଲ୍ଲୀରେ ବାୟୁର ମାନ ଅତି ଖରାପ ସ୍ତରକୁ ଆସିଯାଇଛି। ବାୟୁର ମାନ ଯେତେବେଳେ ୪୦୧ରୁ ୫୦୦ ମଧ୍ୟରେ ରହେ ତାକୁ ଅତି ସାଂଘାତିକ ଧରାଯାଏ। ଦିଲ୍ଲୀ ବାସିନ୍ଦା ବିଷାକ୍ତ ବାୟୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିବାରୁ ସ୍କୁଲ୍‌ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଛି।

ଏକ୍ୟୁଆଇ ୪୨୬
ଦିଲ୍ଲୀ ସରକାରଙ୍କୁ ଏନ୍‌ସିପିସିଆର୍‌ଙ୍କ ଅନୁରୋଧ: ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦକର
ଦିଲ୍ଲୀରେ କମର୍ସିଆଲ ଡିଜେଲ ଟ୍ରକ୍‌ ବନ୍ଦ

ବୟସ୍କ ଏବଂ ସ୍କୁଲ୍‌ଶିଶୁ ଅତି ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି। ସ୍କୁଲ୍‌ ଯାଉଥିବା ପିଲାମାନଙ୍କ ବାପା ମା’ କହିଛନ୍ତି, ଆମ ପିଲା ନିଶ୍ବାସ ନେବାପାଇଁ ସଂଘର୍ଷ କରୁଛନ୍ତି। କିନ୍ତୁ ମହାମାରୀ ସମୟ ପରି ସରକାର ପ୍ରଦୂଷଣ ପାଇଁ ସ୍କୁଲ୍‌ ବନ୍ଦ ନକରିବା ଉଚିତ। ସ୍କୁଲ୍‌ ବନ୍ଦ କରିବା ଏକ ସମାଧାନ ନୁହେଁ। ଅନ୍ୟପକ୍ଷେ ଦିଲ୍ଲୀରେ ବାୟୁର ମାନ ଲଗାତାର ଭାବେ ଖରାପ ହେବାରେ ଲାଗିଥିବାରୁ ଏନ୍‌ସିପିସିଆର ( ନେସନାଲ କମିସନ ଫର ପ୍ରୋଟେକ୍ସନ୍‌ ଅଫ ଚାଇଲ୍ଡ ରାଇଟ୍ସ) ଦିଲ୍ଲୀରେ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାପାଇଁ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ ଶ୍ରେଣୀକୁ ଚାଲି ଯାଇଥିବାରୁ ଦିଲ୍ଲୀରେ କମର୍ସିଆଲ ଡିଜେଲ ଟ୍ରକ୍‌ ଗୁଡ଼ିକ ବନ୍ଦ ରହିଛି। ବିଭିନ୍ନ ପ୍ରମୁଖ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe