ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ମୋଦୀଙ୍କୁ ଛାଡ଼ି ପାରିବିନି: ପାଶ୍ୱାନ୍‌

Advertisment
ଏନଡିଏ ବୈଠକରେ ଯୋଗ ଦେଇପାରନ୍ତି ଚିରାଗ ପାସୱାନ

The Financial Express

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରରେ ର‍୍ୟାଲି କରିଥିବା ବେଳେ ଏଲ୍‌ଜେପି ମୁଖ୍ୟ ଚିରାଗ ପାଶ୍ବାନ ଏହି ର‍୍ୟାଲିରୁ ବାଦ୍‌ ପଡ଼ିଛନ୍ତି। ତେବେ ମୋଦୀ ଆଜି ର‍୍ୟାଲିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କୁ ଶ୍ରଦ୍ଧା ସମ୍ମାନ ଜ୍ଞାପନ କରିଥିବାରୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ଏଲ୍‌ଜେପି ନେତା ଚିରାଗ ପାଶ୍ବାନ୍‌।

ଚିରାଗ୍‌ କହିଛନ୍ତି, ମୋଦୀ ବିହାରକୁ ଆସି ମୋ ବାପାଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ଜ୍ଞାପନ କରିଛନ୍ତି। ଏହା ମୋ ପାଇଁ ଜଣେ ପୁଅ ହିସାବରେ ଏକ ଗୌରବର ବିଷୟ। ମୋଦୀ କହିଛନ୍ତି ଯେ, ମୋ ବାପା ତାଙ୍କ ସହ ‌ଶେ‌ଷ ନିଃଶ୍ବାସ ପର୍ଯ୍ୟନ୍ତ ଥିଲେ। ଏହା ମତେ ଭାବପ୍ରବଣ କରିଦେଇଛି। ତେବେ ମୁଁ ମଧ୍ୟ ମୋ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ମୋଦୀଙ୍କ ସହ ରହିବି ବୋଲି ଚିରାଗ୍‌ କହିଛନ୍ତି। ପାଶ୍ବାନ୍‌ ମୋଦୀଙ୍କୁ ପ୍ରଶଂସା କରିବା ସହ ଲଗାତାର ଭାବେ ନୀତୀଶଙ୍କୁ ସମାଲୋଚନା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe