୪୦ ମିନିଟ୍ ଅପେକ୍ଷା କରି ଭୋଟ୍ ଦେଇ ମୁଁ ମୋର କର୍ତ୍ତବ୍ୟ ପାଳନ କଲି: ମିଥୁନ ଚକ୍ରବର୍ତ୍ତୀ

୪୦ ମିନିଟ୍ ଅପେକ୍ଷା କରି ଭୋଟ୍ ଦେଇ ମୁଁ ମୋର କର୍ତ୍ତବ୍ୟ ପାଳନ କଲି: ମିଥୁନ ଚକ୍ରବର୍ତ୍ତୀ

କୋଲକାତା: ଦେଶରେ ୨୦୨୪ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଶନିବାର ଜାରି ରହିଛି।୮ ଟି ରାଜ୍ୟରେ୫୭ଟି ଆସନରେ ଭୋଟ୍ ଗ୍ରହଣ କରାଯାଉଛି। ପଶ୍ଚିମବଙ୍ଗ, ଓଡିଶା ଏବଂ ପଞ୍ଜାବ ସମେତ ଅନେକ ରାଜ୍ୟର ମତଦାନ ବୁଥ୍‌ରୁ ଚିତ୍ର ମଧ୍ୟ ଆସୁଛି।

ନିର୍ବାଚନ ଫଳାଫଳ ନେଇ ସମଗ୍ର ଦେଶ ଜୁନ୍ ୪କୁ ଅପେକ୍ଷା କରିଛି। ବଲିଉଡ ସୁପରଷ୍ଟାର ତଥା ବିଜେପି ଦଳର ନେତା ମିଥୁନ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପାଇଁ ସେ ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହୋଇଥିଲେ ଏବଂ ନିଜର ପାଳିକୁ ଅପେକ୍ଷା କରିଥିଲେ।

କୋଲକାତାର ବେଲଗାଛିଆରେ ଲୋକସଭା ଆସନରେ ନିର୍ବାଚନର ଶେଷ ପର୍ଯ୍ୟାୟରେ ମିଥୁନ ଚକ୍ରବର୍ତ୍ତୀ ଭୋଟ୍ ଦେଇଛନ୍ତି। ଏହା ପରେ ସେ ଗଣମାଧ୍ୟମ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ।

ସେ କହିଛନ୍ତି ୪୦ ମିନିଟ୍ ଅପେକ୍ଷା କରି ଭୋଟ୍ ଦେଇ ମୁଁ ମୋର କର୍ତ୍ତବ୍ୟ ପାଳନ କଲି। ଏହାକୁ ସଭିଏଁ ମଧ୍ୟ ପାଳନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe