Image Courtesy of India Today
ନୂଆଦିଲ୍ଲୀ: କଂଗ୍ରେସକୁ ମୁଁ ‘ବିଗ୍ ଡାଡି’ (ଅଗ୍ରଣୀ ଦଳ) ଦୃଷ୍ଟିରେ ଦେଖେ ନାହିଁ। ଅନ୍ୟ ବିରୋଧୀ ଦଳଙ୍କ ଅପେକ୍ଷା କଂଗ୍ରେସ କୌଣସି ଗୁଣରେ ଉନ୍ନତ ନୁହେଁ ବୋଲି ଲଣ୍ଡନ୍ସ୍ଥିତ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ ‘ଆଇଡିଆଜ୍ ଫର୍ ଇଣ୍ଡିଆ’ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।
ନିକଟ ଅତୀତରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ ‘ଚିନ୍ତନ ଶିବିର’ରେ ସେ କହିଥିଲେ ଯେ, ଆଞ୍ଚଳିକ ଦଳଗୁଡ଼ିକର ଆଦର୍ଶବାଦ କିଂବା ଐକ୍ୟ ମନୋବୃତ୍ତି ନ ଥିବାରୁ ଏକା କଂଗ୍ରେସ ହିଁ ‘ବିଜେପି’ ସହିତ ପ୍ରତିଦ୍ବନ୍ଦ୍ବିତା କରିପାରିବ। ତାଙ୍କର ବିବୃତି ଅନେକ ବିରୋଧୀ ଦଳଙ୍କୁ ବିରକ୍ତ କରିଥିଲା।
Image Courtesy of The Asian Ageକଂଗ୍ରେସ ଅଭ୍ୟନ୍ତରୀଣ ଗଣ୍ଡଗୋଳ, ବିଦ୍ରୋହ, ଦଳବଦଳ ଏବଂ ନିର୍ବାଚନୀ ପରାଜୟରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ରାହୁଲ୍ ଗାନ୍ଧୀ କହିଲେ, ଭାରତକୁ ପୁଣି ଅକ୍ତିଆର କରିବା ଲାଗି କଂଗ୍ରେସ ପ୍ରତିଦ୍ବନ୍ଦ୍ବିତା କରୁଛି। ଏବେ ଏହା ଗୋଟାଏ ଆଦର୍ଶଗତ ସଂଗ୍ରାମ- ଜାତୀୟ ଆଦର୍ଶଗତ ସଂଗ୍ରାମ। ପାଟି ଖୋଲୁ ନ ଥିବା ଜୀବସତ୍ତାର କୌଣସି ଅର୍ଥ ନାହିଁ। ଭାରତର କଣ୍ଠରୋଧ କରାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ଆମେ କେବଳ ‘ବିଜେପି’ ସହିତ ପ୍ରତିଦ୍ବନ୍ଦ୍ବିତା କରୁନାହୁଁ। ଗୋଟିଏ ସଂଗଠନଦ୍ବାରା କବଳିତ ଭାରତୀୟ ରାଜ୍ୟର ଆନୁଷ୍ଠାନିକ ଢାଞ୍ଚା ବିରୋଧରେ ସଂଗ୍ରାମ କରୁଛୁ। ଆମ ପାଖରେ ତାଙ୍କ ପରି ଅର୍ଥ ବଳ ନାହିଁ। ଦରବୃଦ୍ଧି ଏବଂ ବେକାରୀ ଭଳି ସମସ୍ୟା ଉପରେ ଆମେ ବ୍ୟାପକ ଜନ ଆନ୍ଦୋଳନ କଥା ଚିନ୍ତା କରିବୁ।
Follow Us