ମୁଁ କ୍ଷମତା ଚାହେଁନି, ଜନତାଙ୍କ ସେବା କରିବାକୁ ଚାହେଁ: ‘ମନ୍ କୀ ବାତ୍’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ଲକ୍ଷେ ଜମାକାରୀ ଫେରିପାଇଲେ ୧୩୦୦ କୋଟି: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ, ୯୦ ଦିନରେ ଦିଆଯିବ

Image Courtesy of India Today

ନୂଆଦିଲ୍ଲୀ: ମୁଁ କ୍ଷମତା ଚାହେଁନି, ଜନତାଙ୍କ ସେବା କରିବାକୁ ଚାହେଁ ବୋଲି ଆଜି ‘ମନ୍‌କୀ ବାତ୍‌’ର ୮୩ତମ ସଂସ୍କରଣରେ ‘ଆୟୁଷ୍ମାନ ଭାରତ ଯୋଜନ’ର ଜଣେ ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ସଶସ୍ତ୍ର ବାହିନୀ ପ୍ରତି ଶ୍ରଦ୍ଧାଞ୍ଚଳି ଜ୍ଞାପନ କରି ସେ କହିଲେ, ଆସନ୍ତା ମାସରେ ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତ ବିଜୟର ୫୦ତମ ବାର୍ଷିକୀ ପଡୁଛି। ଅର୍ଥାତ୍ ଡିସେମ୍ବର ୧୬ ତାରିଖରେ ଆମେ ଏହି ବିଜୟର ସୁବର୍ଣ୍ଣ ଜୟନ୍ତୀ ପାଳିବା। ଏହି ଅବସରରେ ମୁଁ ଆମ ସଶସ୍ତ୍ର ବାହିନୀକୁ ସ୍ମରଣ କରୁଛି।

ପୁଣି, ଆଗାମୀ ଦୁଇ ଦିନରେ ଆମେ ପଦାର୍ପଣ କରିବାକୁ ଯାଉଥିବା ୨୦୨୧ ବର୍ଷର ଶେଷ ମାସରେ ‘ନୌସେନା ଦିବସ’ ଓ ‘ଜାତୀୟ ପତାକା ଦିବସ’ ପାଳନ କରିବା। ପ୍ରତିରକ୍ଷା କ୍ଷେତ୍ରରେ ସଂଶ୍ଳିଷ୍ଟ ଥିବା ସାହସୀ ପୁତ୍ର ଓ ମାଆମାନଙ୍କୁ ମୁଁ ଅଭିବାଦନ ଜଣାଉଛି ବୋଲି ଯବାନ ଓ ସେମାନଙ୍କ ପରିବାରବର୍ଗଙ୍କୁ ସ୍ମରଣ କରି ସେ କହିଲେ।

‘ଅଜାଦିକି କହାନୀ ବଚ୍ଚୋଁ କି ଜୁବାନୀ’କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ, ସୁନ୍ଦର ସୁନ୍ଦର କବିତା ମାଧ୍ୟମରେ ନିକଟ ଅତୀତରେ ଦିଲ୍ଲୀ ‘ଅଜାଦିକି କହାନୀ ବଚ୍ଚୋଁ କି ଜୁବାନୀ’ ପାଳନ କରିଛନ୍ତି। ଏଥିରେ ନେପାଳ, ମରିସସ୍, ତାଞ୍ଜାନିଆ, ନିଉଜିଲାଣ୍ଡ୍‌ ଏବଂ ଫିଜିର ପିଲାମାନେ ମଧ୍ୟ ଅଂଶ ଗ୍ରହଣ କରି ଅତ୍ୟନ୍ତ ସକ୍ରିୟ ଭାବେ ସେମାନଙ୍କ ସର୍ଜନଶୀଳତା ଏବଂ ଭାରତର ଇତିହାସ ଉପସ୍ଥାପନ କରିଥିଲେ।

ବୃନ୍ଦାବନ ସମଗ୍ର ବିଶ୍ବର ଜନତାଙ୍କୁ ଆକୃଷ୍ଟ କରୁଛି। କେହି ବି ବୃନ୍ଦାବନର ବିମଳ ଆନ୍ଦର କଳନା କରିପାରିବେ ନାହିଁ, ଏହା ଅକଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ଇତିହାସ କଥା ଉଲ୍ଲେଖ କରି ସେ  କହିଲେ, ରାଣୀ  ଲକ୍ଷ୍ମୀବାଈ ‘ଇଷ୍ଟ ଇଣ୍ଡିଆ କମ୍ପାନି’ ବିରୋଧରେ ମାମଲା ଲଢୁଥିବା ବେଳେ ତାଙ୍କର ଓକିଲ ଥିଲେ ଅଷ୍ଟ୍ରେଲିଆର ଜନ୍‌ ଲାଙ୍ଗ୍‌। ସେ ଭାରତରେ ରହି ରାଣୀ ଲକ୍ଷ୍ମୀବାଈଙ୍କ ପକ୍ଷରୁ ମାମଲା ଲଢ଼ିଥିଲେ।

publive-image Image Courtesy of Zee News

ପ୍ରଧାନମନ୍ତ୍ରୀ କହିଲେ ଯେ, ଉତ୍ତର ପ୍ରଦେଶର ଜାଲୌନ୍‌ରେ ଥିବା ନୂନ୍‌ ନଦୀର ପୁନଃଉତ୍ଥାନ ପାଇଁ ସ୍ଥାନୀୟ ଲୋକେ ଚଳାଇଥିବା ଉଦ୍ୟମ କଥା ସେୟାର୍ କରିବାକୁ ଉତ୍ତର ପ୍ରଦେଶରୁ ଜ୍ୟୋତ୍ସ୍ନା ତାଙ୍କ ପାଖକୁ ପତ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକମାନଙ୍କର ଏହି ଉଚ୍ଛ୍ବାସ, ଇଚ୍ଛା ଥିଲେ ଉପାୟ ଅଛି କଥାକୁ ପ୍ରତିପାଦିତ କରୁଛି।

ନୂତନ କମ୍ପାନି କ୍ଷେତ୍ରରେ ଭାରତ ବିଶ୍ବରେ ଅଗ୍ରଣୀ ବୋଲି କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ହେଉଛି ନୂଆ ଉଦ୍ୟୋଗର ଯୁଗ ଏବଂ ଏକଥା ସତ ଯେ, ଉଦ୍ୟୋଗ କ୍ଷେତ୍ରରେ ଗୋଟିଏ ଆଡୁ ଭାରତ ବିଶ୍ବର ନେତୃତ୍ବ ନେଉଛି। ବର୍ଷକୁ ବର୍ଷ ନୂତନ ଉଦ୍ୟୋଗ ସବୁ ରେକର୍ଡସଂଖ୍ୟକ ବିନିଯୋଗ ପାଉଛି। ନୂତନ ଉଦ୍ୟୋଗ କ୍ଷେତ୍ର ଦ୍ରୁତ ବେଗରେ ବୃଦ୍ଧି ପାଉଛି। ଦେଶର ଛୋଟ ଛୋଟ ନଗରୀମାନଙ୍କରେ ମଧ୍ୟ ନୂଆ ଉଦ୍ୟୋଗ ବୃଦ୍ଧି ପାଇଛି। ଏବେ ‘ୟୁନିକର୍ଣ୍ଣ’ ପଦଟି ଖୁବ୍‌ ଚର୍ଚ୍ଚିତ ହୋଇଛି।

ପ୍ରଧାନମନ୍ତ୍ର ମୋଦୀ କହିଲେ ଯେ, ଭାରତରେ ଥିବା ୭୦ରୁ ଊର୍ଦ୍ଧ୍ବ ନୂଆ ଉଦ୍ୟୋଗ ୧ ବିଲିୟନ୍‌ରୁ ଊର୍ଦ୍ଧ୍ବ ମୂଲ୍ୟାୟନ ଟପିଗଲାଣି। ନୂଆ ଉଦ୍ୟୋଗ ମାଧ୍ୟମରେ ଅନେକ ଭାରତୀୟ ବୈଶ୍ବିକ ସମସ୍ୟାର ସମାଧାନ ଯୋଗାଇ ଦେଉଛନ୍ତି।

ଡିସେମ୍ବର ୬ ତାରିଖରେ ପଡୁଥିବା ବି.ଆର୍‌. ଆମ୍ବେଦକରଙ୍କ ମୃତ୍ୟୁବାର୍ଷିକୀ ପ୍ରସଙ୍ଗ ଉଲ୍ଲେଖ କରି ସେ କହିଲେ, ଡିସେମ୍ବର ମାସରେ ଆମ ପାଇଁ ଆଉ ଗୋଟାଏ ମହାନ୍ ଦିନ ଆସୁଛି, ଯେଉଁଥିରୁ ଆମେ ପ୍ରେରଣା ପାଇବା। ଏହା ହେଉଛି ଡିସେମ୍ବର ୬ ତାରିଖରେ ପଡୁଥିବା ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ। ଦେଶ ଓ ସମାଜ ପ୍ରତି କର୍ତ୍ତବ୍ୟ କରିବାକୁ ବାବାସାହେବ ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ସତର୍କ କରାଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଏବେ ମଧ୍ୟ କୋଭିଡ୍‌-୧୯ ମହାମାରୀର ଅବସାନ ଘଟିନାହିଁ। ଏହି ରୋଗ ବିପକ୍ଷରେ ସତର୍କତା ଅବଲମ୍ବନ କରିବା ସମସ୍ତଙ୍କର ଦାୟିତ୍ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe