‘ଶାସକ ଦଳର ଫାଇଦା ପାଇଁ ମୋତେ ଗିରଫ କରାଯାଇଛି’

Advertisment
ଆପ୍‌କୁ ଭୟ କରୁଛି ବିଜେପି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଇଥିବା ଏକ ସତ୍ୟପାଠର ଜବାବରେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି ଯେ ମଦ ଦୁର୍ନୀତି ମାମଲାରେ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଫାଇଦାରେ ରଖିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ଷଡ଼୍‌ଯନ୍ତ୍ରକ୍ରମେ ଏଭଳି ପଦକ୍ଷେପ ନେଇଛି। ବିଜେପି ନିଜର ସବୁଠାରୁ ବଡ଼ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦମନ କରିବା ପାଇଁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ)ର ଦୁରୁପଯୋଗ କରିଛି ବୋଲି ଏହି ସତ୍ୟପାଠରେ କେଜ୍ରିୱାଲ ଉଲ୍ଲେଖ କରିଛନ୍ତି।

କେଜ୍ରିୱାଲଙ୍କ ଓକିଲ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ ନିର୍ବାଚନ ସମୟରେ ଯେତେବେଳେ ରାଜନୈତିକ କାର୍ଯ୍ୟକଳାପ ସର୍ବୋଚ୍ଚ ସ୍ତରରେ ଥାଏ, ସେତେବେଳେ ଆବେଦନକାରୀ (କେଜ୍ରିୱାଲ)ଙ୍କ ବେଆଇନ ଗିରଫଦାରୀ ବିଚିତ୍ର ସ୍ଥିତି ଆଣିଛି। ନିର୍ବାଚନ ସମୟରେ ଏଭଳି ଗିରଫଦାରୀ ଗଭୀର ପକ୍ଷପାତିତା ସୃଷ୍ଟି କରିଛି ଏବଂ ଚଳିତ ନିର୍ବାଚନରେ କେନ୍ଦ୍ରର ଶାସକ ଦଳକୁ ଏହା ଅନୁଚିତ ଫାଇଦା ପହଞ୍ଚାଉଛି। ୬ଟି ବିଭିନ୍ନ ଦଳର ପ୍ରମୁଖ ନେତାମାନଙ୍କୁ ଇଡି ଅଟକ ରଖି ବିଜେପିକୁ ଫାଇଦା ଦେଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ସାଧାରଣ ନିର୍ବାଚନ ଘୋଷଣା ଓ ଆଦର୍ଶ ଆଚରଣବିଧି ଲାଗୁ ହେବାର ମାତ୍ର ୫ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଏହା ପଛର ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ ବୋଲି କେଜ୍ରିୱାଲଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଏଭଳି ଗିରଫଦାରୀ ଦଳକୁ ଗୁରୁତର ଭାବେ ପ୍ରଭାବିତ କରିଛି ଏବଂ ଦଳର ନିର୍ବାଚନ ରଣନୀତିକୁ କାର୍ଯ୍ୟକାରୀ କରିବାରେ ସମସ୍ୟା ଉପୁଜିଛି। ଅବାଧ ଓ ନିରପେକ୍ଷ ନିର୍ବାଚନୀ ନୀତିକୁ ଉଲ୍ଲଂଘନ କରି ଏଭଳି ଗିରଫଦାରୀ ବିପଜ୍ଜନକ ବୋଲି ସତ୍ୟପାଠରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe