image source-oneindia
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍ ନାଭି ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ନଥିବା କେବେବି ଅନୁଭବ କରିନାହାନ୍ତି। ମନ୍ଦା ମଥ୍ରେ, ଗଣେଶ ନାୟକ, ନରେନ୍ଦ୍ର ପାଟିଲଙ୍କ ଭଳି ନେତା ତଥା ମହାରାଷ୍ଟ୍ରବାସୀଙ୍କ ସମର୍ଥନ ଯୋଗୁଁ ସେ ଏବେ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଭଳି ଅନୁଭବ କରନ୍ତି। ଏଥିସହ ଭବିଷ୍ୟତରେ ପୁନର୍ବାର ମୁଖ୍ୟମନ୍ତ୍ରୀ ହେଲେ ସେ ପ୍ରଥମେ ଦେବୀ ଗୋବର୍ଦ୍ଧନୀଙ୍କ ଆଶୀର୍ବାଦ ନେବେ ବୋଲି କହିଥିଲେ। ତେବେ ତାଙ୍କର ଏହି ବିବୃତ୍ତିକୁ ବିରୋଧୀମାନେ ସମାଲୋଚନା କରି କହିଛନ୍ତି ଯେ ଫଡନାଭିସ ମାନସିକ ଆଘାତ ପାଇଛନ୍ତି ଏବଂ ଏଥିଲାଗି ଚିକିତ୍ସକଙ୍କ ପରାମର୍ଶ ଆବଶ୍ୟକ । ବେଳେବେଳେ ରକ୍ତରେ ଲବଣ ହ୍ରାସ ମଧ୍ୟ ଭ୍ରମ ସୃଷ୍ଟି କରିପାରେ ତେଣୁ ଦୁଇ ବର୍ଷର ଅବଧି କମ୍ ନ ଥିବାରୁ ଫଡନାଭିସ୍ ତୁରନ୍ତ ଡାକ୍ତରଙ୍କୁ ଦେଖାକରିବା ଆବଶ୍ୟକ ବୋଲି ମହାରାଷ୍ଟ୍ର କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ସଚିନ ସାୱନ୍ତ କହିଛନ୍ତି। କଂଗ୍ରେସର ଅନ୍ୟ ଜଣେ ମୁଖପାତ୍ର ଅତୁଲ ଲୋନ୍ଧେ କହିଛନ୍ତି ଯେ ଫଡନାଭିସ ଦିବାସ୍ବପ୍ନ ଦେଖିବା ବନ୍ଦ କରିବା ଉଚିତ ଏବଂ ସେ ବିରୋଧୀ ଦଳର ନେତା ବୋଲି ସ୍ୱୀକାର କରିବା ଉଚିତ।
Follow Us