‘ମୋତେ କେଉଁଠି ନା କେଉଁଠି ଅଟକିବାକୁ ପଡ଼ିବ’

ମହାରାଷ୍ଟ୍ର ରାଜନୀତିରେ ୬ ଦଶନ୍ଧି ଧରି ପ୍ରାଧାନ୍ୟ ବିସ୍ତାର କରିଥିବା ଶରଦ ପାୱାର ରାଜନୀତିରୁ ଅବସର ନେବା ସଂକ୍ରାନ୍ତରେ ସଙ୍କେତ ଦେଇଛନ୍ତି। ୮୩ ବର୍ଷୀୟ ପାୱାର କହିଛନ୍ତି, ସେ ଆଗକୁ କୌଣସି ନିର୍ବାଚନ ଲଢ଼ିବେନି ଏବଂ ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଦିଗରେ କାମ କରିବେ।

ssfssff

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ୬ ଦଶନ୍ଧି ଧରି ପ୍ରାଧାନ୍ୟ ବିସ୍ତାର କରିଥିବା ଶରଦ ପାୱାର ରାଜନୀତିରୁ ଅବସର ନେବା ସଂକ୍ରାନ୍ତରେ ସଙ୍କେତ ଦେଇଛନ୍ତି। ୮୩ ବର୍ଷୀୟ ପାୱାର କହିଛନ୍ତି, ସେ ଆଗକୁ କୌଣସି ନିର୍ବାଚନ ଲଢ଼ିବେନି ଏବଂ ଯୁବପିଢ଼ିଙ୍କୁ ପ୍ରେରଣା ଦେବା ଦିଗରେ କାମ କରିବେ। ପାୱାର କହିଛନ୍ତି, ତାଙ୍କୁ କେଉଁଠି ନା‌ କେଉଁଠି ଅଟକିବାକୁ ପଡ଼ିବ। ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହେବ ବୋଲି ସେ ସଙ୍କେତ ଦେଇଛନ୍ତି। ବାରାମତୀରେ ନିଜ ପୁତୁରାଙ୍କ ପୁଅ ଯୁଗେନ୍ଦ୍ର ପାୱାରଙ୍କ ପାଇଁ ପ୍ରଚାର କରିବା ସମୟରେ ପାୱାର କହିଛନ୍ତି, ମୁଁ କ୍ଷମତାରେ ନାହିଁ। ମୁଁ ରାଜ୍ୟସଭାରେ ଅଛି। ଆଉ ଦେଢ଼ବର୍ଷ ବାକି ଅଛି। କିନ୍ତୁ ଦେଢ଼ ବର୍ଷ ପରେ ମୁଁ ରାଜ୍ୟସଭାକୁ ଯିବି କି ନା’ ସେ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ମୁଁ ଲୋକସଭା ନିର୍ବାଚନ ଲଢ଼ିବିନି କି ଅନ୍ୟ କୌଣସି ନିର୍ବାଚନ ଲଢ଼ିବି ନାହିଁ ବୋଲି ଶରଦ ପାୱାର କହିଛନ୍ତି। 

ନିଜର ୫୭ ବର୍ଷର ନିର୍ବାଚନୀ ରାଜନୀତିରେ କେବେ ବି ପରାଜିତ ହୋଇନଥିବା ପାୱାର ପ୍ରଥମ ଥର ପାଇଁ ୧୯୬୭ରେ ବାରାମତୀରୁ ବିଧାୟକ ହୋଇଥିଲେ। ପାୱାର କହିଛନ୍ତି, ମୁଁ ୧୪ ଥର ଲଢ଼ିଛି କିନ୍ତୁ ଆପଣମାନେ ମତେ ଥରେ ବି ଘରେ ବସାଇନାହାନ୍ତି। ଆପଣ ମତେ ପ୍ରତିଥର ନିର୍ବାଚିତ କରିଛନ୍ତି। କିନ୍ତୁ ଏବେ ନିର୍ବାଚନୀ ରାଜନୀତିରୁ ଦୂରେଇ ରହିବା ସମୟ ଆସିଯାଇଛି। ଆମକୁ ନୂଆ ପିଢ଼ିଙ୍କୁ ଆଗକୁ ଆଣିବାକୁ ପଡ଼ିବ। ଏବେ ମୁଁ ଏହି ନୀତିରେ କାମ କରୁଛି । ଏହାର ଅର୍ଥ ନୁହେଁ ଯେ ମୁଁ ସମାଜ ସେବା ଛାଡ଼ିଦେବି। କିନ୍ତୁ ମୁଁ କ୍ଷମତା ଚ‌ାହେନା। ମୁଁ ଲୋକମାନଙ୍କର ସେବା ଏବଂ ଲୋକମାନଙ୍କ ପାଇଁ କାମ କରିବା ଜାରି ରଖିବି ବୋଲି ପାୱାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe