‘ମୁଁ ଜାଣିଛି ମନୀଷ ସିସୋଦିଆଙ୍କୁ ଗିରଫ କରାଯିବ’: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ

Advertisment
‘ମୁଁ ଜାଣିଛି ମନୀଷ ସିସୋଦିଆଙ୍କୁ ଗିରଫ କରାଯିବ’: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ

Image Courtesy: News Live

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମି ପାର୍ଟି (ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ‘ମୁଁ ଜାଣିଛି ମନୀଷ ସିସୋଦିଆଙ୍କୁ ଗିରଫ କରାଯିବ’!
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଦ ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଯାହାକି ସିଧାସଳଖ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଯିବ। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଅବକାରୀ ନିୟମ ଉଲ୍ଲଂଘନ ଏବଂ ପ୍ରକ୍ରିୟାଗତ ତ୍ରୁଟି ଉପରେ ଏକ ସିବିଆଇ ଅନୁସନ୍ଧାନ କରିବାକୁ ସୁପାରିଶ କରିଛନ୍ତି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ‘ମୁଁ ଜାଣେ ତାଙ୍କୁ (ମନୀଷ ସିସୋଦିିଆ, ଦିଲ୍ଲୀ ଡେପୁଟି ସିଏମ୍‌ ଏବଂ ଆପ୍‌ ନେତା)ଙ୍କୁ ଶୀଘ୍ର ଗିରଫ କରାଯିବ। ମୁଁ ଏହି ମାସ ପୂର୍ବରୁ ଏକଥା ଜାଣିଥିଲି। ଦେଶର ବର୍ତ୍ତମାନ ଏକ ନୂତନ ବ୍ୟବସ୍ଥା ଚାଲିଛି। ସେମାନେ ପ୍ରଥମେ ନିଷ୍ପତ୍ତି ନିଅନ୍ତି କାହାକୁ ଜେଲ ପଠାଇବେ ଏବଂ ତା’ପରେ ଏକ ମେଡ୍‌ ଅପ୍‌ ମାମଲା ଉପସ୍ଥାପନ କରାଯାଏ’ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୁହିଛନ୍ତି।

‘ଆମେ ଗିରଫ ହେବାକୁ କିମ୍ବା ଜେଲକୁ ଭୟ କରୁନାହୁଁ। ଏପରିକି ଫାଶୀକୁ ମଧ୍ୟ ଭୟ କରୁନାହୁଁ। ସେମାନେ ଆମ ଲୋକଙ୍କ ବିରୋଧରେ ଅନେକ ମାମଲା କରିଛନ୍ତି। ପଞ୍ଜାବରେ ବିଜୟ ପରଠାରୁ ଆପ୍‌ ବିରୋଧରେ ସେମାନଙ୍କର ଆକ୍ରେଶ ବୃଦ୍ଧି ପାଇଛି। ସେମାନେ ଆମକୁ ଜାତୀୟ ସ୍ତରକୁ ଉଠିବା ଦେଖିପାରିବେ ନାହିଁ। ସେଥିପାଇଁ ସେମାନେ ଆମ ବିରୋଧରେ ଏପରି ପଦକ୍ଷେପ ସବୁ ନେଉଛନ୍ତି। କିନ୍ତୁ ଏସବୁ କିଛି ଆମକୁ ଅଟକାଇ ପାରିବ ନାହିଁ’ ବୋଲି କହିଛନ୍ତି କେଜ୍ରିଓ୍ଵାଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe