ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । 

Advertisment

ଡ. ସିଂ ଙ୍କ ପରଲୋକରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ନିଜର ଶୋକ ପ୍ରକାଶ କରିଛନ୍ତି। ଏକ୍ସ’ରେ ସେ ଲେଖିଛନ୍ତି ଯେ ସର୍ଦ୍ଦାର ମନମୋହନ ସିଂଙ୍କୁ ଯେଭଳି ସମ୍ମାନ ହାସଲ କରିଥିଲେ ତାହା ବିରଳ । ସେ ସବୁବେଳେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ରହିବେ ।

ଅଧିକପଢ଼ନ୍ତୁ:ପୁଣି ରାଜ୍ୟରେ ବର୍ଷା ସମ୍ଭାବନା : ୨୮ ଓ ୨୯ରେ କିଛି ଜିଲ୍ଲାରେ ବର୍ଷିବ

କଂଗ୍ରେସ ନେତା ରାହୁଲ ଗାନ୍ଧି ଡ. ମନମୋହନ ସିଂଙ୍କ ପରଲୋକରେ ଶୋକ ବ୍ୟକ୍ତ କରି କହିଛନ୍ତି,‘ମୁଁ ମୋର ଗୁରୁ ଓ ଜଣେ ମାର୍ଗଦର୍ଶକଙ୍କୁ ହରାଇ ଦେଇଛି। ମନମୋହନ ସିଂ ଜି ତାଙ୍କ ଜ୍ଞାନ ଓ ନିଷ୍ଠାର ସହ ଭାରତର ନେତୃତ୍ବ ନେଇଥିଲେ। ତାଙ୍କର ବିୟୋଗ ଭାରତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଯିବ।

ଅଧିକପଢ଼ନ୍ତୁ:ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଆଇ ସୁରେନ୍ଦ୍ର ତନ୍ତୀ ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ମନମୋହନ ସିଂଙ୍କ ପରଲୋକରେ ଶୋକ ବ୍ୟକ୍ତ କରି ଏହି ଦୁଃଖର ସମୟରେ ଡ. ସିଂଙ୍କ ପରିବାର ଓ ବନ୍ଧୁ ଓ ଶୁଭେଚ୍ଛୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।