Image Source: Hindustan Times
କୋଲ୍କାତା: ନାଗରିକତା ସଂଶୋଧନ ଆଇନ କେବଳ ପାକିସ୍ତାନରେ ଧାର୍ମିକ ନିର୍ଯାତନାର ସରବ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ। ଏହା କୌଣସି ଭାରତୀୟଙ୍କର ନାଗରିକତା ଛଡ଼ାଇ ନେବ ନାହିଁ ବୋଲି ରବିବାର ଦିନ ବେଲୁର ମଠରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସେ କହିଛନ୍ତି: ‘ସିଏଏ’ ସମ୍ବନ୍ଧରେ ଅନେକ ଯୁବକଙ୍କୁ ବିଭ୍ରାନ୍ତ କରାଯାଉଛି। ‘ସିଏଏ’ କ’ଣ? ଏହାକୁ ଆଇନ୍ରେ ପରିଣତ କରାଇବା କାହିଁକି ଅତ୍ୟାବଶ୍ୟକ ଥିଲା? ଅନେକ ଯୁବକ ଏ କଥା ବୁଝିସାରିଛନ୍ତି, କିନ୍ତୁ ଆହୁରି ଅନେକଙ୍କୁ ବିଭ୍ରାନ୍ତ କରାଯାଉଛି। ସେ ଭଳି ଯୁବକମାନଙ୍କୁ ‘ସିଏଏ’ ବିଷୟରେ ବୁଝାଇବା ଆମର ଦାୟିତ୍ୱ।
କାହାରିକୁ ନାଗରିକତ୍ୱ ପ୍ରଦାନ କରିବା ନିମନ୍ତେ ଆମେ ରାତାରାତି ଆଇନ କରିନାହୁଁ। ‘ସିଏଏ’ ନାଗରିକତ୍ୱ ନେବା ଲାଗି ନୁହେଁ, ଦେବା ଲାଗି ଉଦ୍ଦିଷ୍ଟ। ପାକିସ୍ତାନରେ ଧାର୍ମିକ ନିର୍ଯାତନାରେ ସରବ୍ୟ ହୋଇ ଜୀବନକୁ ବିପଦଗ୍ରସ୍ତ କରିଥିବା ବ୍ୟକ୍ତିମାନଙ୍କ ଲାଗି ହିଁ ‘ସିଏଏ’ ସଂଶୋଧନ କରାଯାଇଛି। ସେ ଲୋକମାନଙ୍କୁ କ’ଣ ପାକିସ୍ତାନକୁ ବିଦା କରିଦେବା ଉଚିତ? ଏଇଟା ମହତ୍ କାମ ନା, ନୁହେଁ?
ସଂଖ୍ୟାଲଘୁଙ୍କ ଉପରେ ପାକିସ୍ତାନର ଧାର୍ମିକ ବିଦ୍ୱେଷ କଥା ‘ସିଏଏ’ ଲୋକଲୋଚନକୁ ଆଣିଥିବା କଥା ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି।
Image Source: PM's Tweetଆମେ ସେ ଦିଗରେ ପ୍ରୟାସ କରିଥିବାରୁ ଆଜି ସେ ବିଷୟରେ ବିତର୍କ ଚାଲିଛି। ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ପ୍ରତି କିଭଳି ଆଚରଣ କରାଯାଉଛି, ଏହି ବିତର୍କରୁ ସାରା ବିଶ୍ୱ ସେ କଥା ଜାଣୁଛି। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ଆସିଥିବା ମୁସଲମାନ ଶରଣାର୍ଥୀମାନଙ୍କୁ ‘ସିଏଏ’ ମାଧ୍ୟମରେ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ।
ରାଜନୈତିକ ଦଳ ସବୁ ଲୋକମାନଙ୍କୁ ବିଭ୍ରାନ୍ତ କରିବାରୁ ଦେଶବ୍ୟାପୀ ‘ସିଏଏ’ ବିରୋଧରେ ପ୍ରତିବାଦ ଚାଲିଥିବା କଥା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି: କେତେକ ରାଜନୈତିକ ଦଳ ‘ସିଏଏ’ ସମ୍ବନ୍ଧରେ ବିଭ୍ରାନ୍ତିଜନକ କଥା ପ୍ରଚାର କରୁଛନ୍ତି।
ମୋଦୀ ଆହୁରି କହିଲେ ଯେ ହାଓଡ଼ାର ବେଲୁର ମଠ ଦର୍ଶନ ତୀର୍ଥ ପରି ପ୍ରତିୟମାନ ହେଲା। ସ୍ୱାମୀ ବିବେକାନନ୍ଦଙ୍କ ବିଚାରଧାରା ତାଙ୍କର ପଥପ୍ରଦର୍ଶନ କରି ଚାଲିବ।
Follow Us