ଗଣତନ୍ତ୍ରର ସୁରକ୍ଷା ପାଇଁ ମୁଁ ଠିଆ ହୋଇଛି, ସେମାନେ ଗଣତନ୍ତ୍ରର ହତ୍ୟାକାରୀ: ଯଶୱନ୍ତ ସିହ୍ନା

Advertisment
ଗଣତନ୍ତ୍ରର ସୁରକ୍ଷା ପାଇଁ ମୁଁ ଠିଆ ହୋଇଛି, ସେମାନେ ଗଣତନ୍ତ୍ରର ହତ୍ୟାକାରୀ: ଯଶୱନ୍ତ ସିହ୍ନା

National Herald

ନୂଆଦିଲ୍ଲୀ, : ରାଷ୍ଟ୍ରପତି ନିର୍ବାଚନର ଅବ୍ୟବହିତ ପୂର୍ବରୁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ୟଶୱନ୍ତ ସିହ୍ନା ସମସ୍ତ ରାଜନୈତିକ ଦଳର ଭୋଟଦାତାମାନଙ୍କୁ ଟ୍ବିଟର ମାଧ୍ୟମରେ ଏକ ଅନ୍ତିମ ଆବେଦନ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ଠିଆ ହୋଇଛନ୍ତି, ଅପରପକ୍ଷେ ଦ୍ରୌପଦୀ ମୁର୍ମୁ ସେମାନଙ୍କ ପକ୍ଷରୁ ଠିଆ ହୋଇଛନ୍ତି ଯେଉଁମାନେ ପ୍ରତି ମୁହୂର୍ତ୍ତରେ ଗଣତନ୍ତ୍ରର ହତ୍ୟା କରୁଛନ୍ତି।

ସିହ୍ନା ଲେଖିଛନ୍ତି ଯେ ଏହି ନିର୍ବାଚନ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ହେଉନାହିଁ, ହେଉଛି ଦୁଇଟି ବିଚାରଧାରା ମଧ୍ୟରେ। ସେ ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ପ୍ରତିଦିନ ଗଣତନ୍ତ୍ର ଉପରେ ଆକ୍ରମଣ କରୁଥିବା ଲୋକମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି। ସେ ଐକମତ୍ୟ ଓ ସହଯୋଗମୂଳକ ରାଜନୀତିର ସପକ୍ଷବାଦୀ ହୋଇଥିବା ବେଳେ ତାଙ୍କ ପ୍ରତିପକ୍ଷ ଯେଉଁ ଦଳର ସମର୍ଥନ ପାଉଛନ୍ତି ସେମାନେ ବିବାଦ ଓ ବିଭାଜନକାରୀ ରାଜନୀତିରେ ବିଶ୍ବାସ କରନ୍ତି। ‘ଗୋଟିଏ ଦେଶ, ଗୋଟିଏ ଦଳ, ଜଣେ ସର୍ବୋଚ୍ଚ ନେତା- ଏହାକୁ କ’ଣ ଅଟକାଇବା ଉଚିତ ନୁହେଁ? ଆପଣମାନେ ଏହାକୁ ଅଟକାଇପାରିବେ’ ବୋଲି ସିହ୍ନା ତାଙ୍କ ଆବେଦନରେ କହିଛନ୍ତି। ଶନିବାର ସିହ୍ନା ଟ୍ବିଟରରେ ଏକ ଭିଡିଓ ସେୟାର କରିବା ସହ ଏକ ଲିଖିତ ଆବେଦନପତ୍ର ବି ସେୟାର କରିଥିଲେ ଏବଂ ଏମ୍‌ପି ଓ ଏମ୍‌ଏଲ୍‌ଏମାନଙ୍କୁ ନିଜ ବିବେକର ଆହ୍ବାନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe