ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣାକୁ ସ୍ୱାଗତ କଲେ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌

ସଚିନ୍‌ ପାଇଲଟ୍‌: ବିବିସିର ଶିକ୍ଷାନବୀସରୁ ପୋଖତ ରାଜନେତା

Inshorts

ଜୟପୁର: କରୋନା ସଂକ୍ରମଣରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସମଗ୍ର ଦେଶରେ ଲାଗୁ କରିଥିବା ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣାକୁ ଆଜି ଖୋଲାଖୋଲି ସ୍ୱାଗତ କରିଛନ୍ତି ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌। ସେ କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରିବାରେ ରାଜସ୍ଥାନ ଥିଲା, ଦେଶର ସର୍ବପ୍ରଥମ ରାଜ୍ୟ।

ତେବେ, ଏହି ଲକ୍‌ଡାଉନ୍‌ ସମୟକାଳ ମଧ୍ୟରେ ପ୍ରତ୍ୟେକ ଦେଶବାସୀ ସମସ୍ତ ପ୍ରକାରର ଅତ୍ୟବଶ୍ୟକ ସାମଗ୍ରୀ ଯେପରି ବିନା ଅସୁବିଧାରେ ପାଇ ପାରିବେ ସେଥିପାଇଁ ବିଶେଷ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି।

କୋଭିଡ୍‌-୧୯ ବିରୋଧରେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି ସେ ଯୁଦ୍ଧରେ ଆମେ ଦେଶ ସହ ଅଛୁ ବୋଲି ସେ କହିଛନ୍ତି। ତେବେ, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସମଗ୍ର ଦେଶରେ ଲାଗୁ କରିଥିବା ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣାକ ନେଇ ଅସନ୍ତୁଷ୍ଟ ଥିବାବେଳେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ ବନ୍ଧୁ ରୂପେ ପରିଚିତ ସଚିନ୍‌ ପାଇଲଟ୍‌ ଆଜି ଖୋଲାଖୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ଘଟଣା ଦେଶର ରାଜନୈତିକ ବାତାବରଣକୁ ଉଷ୍ମ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe