ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ

Advertisment
ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ

The Live Mirror

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗ । ବୁଧବାର ସୋନୁ ସୁଦଙ୍କ ମୁମ୍ବାଇସ୍ଥିତ ବାସଭବନ ଓ ତାଙ୍କ ସହ ଜଡ଼ିତ ଲକ୍ଷ୍ନୌର ଏକ କମ୍ପାନିରେ ଆୟକର ବିଭାଗର ଏକ ଟିମ୍ ପହଞ୍ଚିବା ସହିତ ଛାନଭିନ କରିଛି । ସୋନୁ ସୁଦଙ୍କ କମ୍ପାନୀ ଏବଂ ଲକ୍ଷ୍ନୌସ୍ଥିତ ରିଏଲ୍ ଇଷ୍ଟେଟ୍ କମ୍ପାନି ମଧ୍ୟରେ ନିକଟରେ ହୋଇଥିବା ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଚଢ଼ାଉ କରିଥିବା ଜଣାପଡ଼ିଛି। ତେବେ ଆୟକର ବିଭାଗ ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି ।

କୋଭିଡ୍ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ବେଶ ଚର୍ଚ୍ଚାରେ ରହିଥିଲେ । ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଜନ୍ମମାଟିକୁ ଫେରାଇବା ପାଇଁ ସେ ଦିନ ରାତି ପରିଶ୍ରମ କରିଥିବା ଦେଖିବାକୁ ମିଳିଥିଲା । ହେଲେ ଗତ କିଛି ଦିନ ତଳେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ତାଙ୍କୁ ସ୍କୁଲ ପିଲାଙ୍କ ଏକ କାର୍ଯ୍ୟକ୍ରମରେ ବ୍ରାଣ୍ଡ ଆମ୍ବାସାଡର କରିଥିଲା । ବାସ୍ ଏହାର କିଛି ଦିନ ପରେ ଆୟକର ବିଭାଗ ଆଜି ସୋନୁ ସୁଦଙ୍କ ଘରେ ଚଢ଼ାଉ କରିଛି ।

Trending news: Seeing Sonu Sood beating, the child broke the TV of the  house, the actor said this after watching the video clip - Hindustan News  Hub

ତେବେ ସେହି କାର୍ଯ୍ୟକ୍ରମରେ ସୋନୁ ସୁଦ ରାଜନୀତି ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ । ଆଗକୁ ସେ ରାଜନୀତିରେ ସାମିଲ ହେବାକୁ ଯାଉନାହାଁନ୍ତି । ସେ କିମ୍ବା ତାଙ୍କ ପରିବାର ଏ ସମ୍ପର୍କରେ ଚିନ୍ତା କରିନାହାଁନ୍ତି ବୋଲି ସେ କହିଥିଲେ । ତେବେ ଆଜିର ଆୟକର ବିଭାଗର ଏହି ଚଢ଼ାଉକୁ ନେଇ ମଧ୍ୟ ସୋନୁ ସୁଦ୍ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe