‘ଟିଡିଏସ୍’ ଫର୍ମ ସଂଶୋଧନ କଲା ଆୟକର ବିଭାଗ; ‘ଟିଡିଏସ୍’ ନ କଟିବାର କାରଣ ଦର୍ଶାଇବାକୁ ରିଟର୍ଣ୍ଣ ଦାଖଲକାରୀ ବାଧ୍ୟ

‘ଟିଡିଏସ୍’ ଫର୍ମ ସଂଶୋଧନ କଲା ଆୟକର ବିଭାଗ; ‘ଟିଡିଏସ୍’ ନ କଟିବାର କାରଣ ଦର୍ଶାଇବାକୁ ରିଟର୍ଣ୍ଣ ଦାଖଲକାରୀ ବାଧ୍ୟ

Image Courtesy of Hindustan Times

ନୂଆଦିଲ୍ଲୀ: ଅଧିକ ବ୍ୟାପକ ଓ କାହିଁକି ଟିକସ୍ କଟିବନି ବୋଲି ତା’ର କାରଣ ଦର୍ଶାଇବାକୁ ବାଧ୍ୟ କରି ଟ୍ୟାକ୍ସ୍ ଡିଡକ୍ଟେଡ୍ ଆଟ୍ ସୋର୍ସ (ଟିଡିଏସ୍) ଫର୍ମକୁ ସଂଶୋଧନ କରିଛି ଆୟକର ବିଭାଗ। ପରିମାର୍ଜିତ ଫର୍ମରୁ ମିଳିଥିବା ତଥ୍ୟ ଅନୁସାରେ, ୧ କୋଟିରୁ ଅଧିକ ନଗଦ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ୍‌ମାନେ ମଧ୍ୟ ‘ଟିଡିଏସ୍’ ରିପୋର୍ଟ କରିବେ।

ବିଜ୍ଞପ୍ତି ମାଧ୍ୟମରେ ଇ-କମର୍ସ ଅପରେଟର୍‌, ମ୍ୟୁଚୁଆଲ୍ ଫଣ୍ଡ୍‌ରୁ ବଣ୍ଟନ ହେଉଥିବା ଲାଭାଂଶ ଏବଂ ବ୍ୟାବସାୟିକ ଟ୍ରଷ୍ଟ୍, ନଗଦ ଟଙ୍କା ଉଠାଣ, ପ୍ରଫେସ୍‌ନାଲ୍ ଫିଜ୍ ଏବଂ ସୁଧ ଆଦିରୁ ଲବ୍ଧ ଅର୍ଥକୁ ‘ଟିଡିଏସ୍’ରେ ଅନ୍ତର୍ଭୁକ୍ତ କରିବାକୁ ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍‌ ଟ୍ୟାକ୍ସ୍’ (ସିବିଡିଟି) ଆୟକର ନିୟମ ସଂଶୋଧନ କରିଛି।

ନାଙ୍ଗିଆ ଆଣ୍ଡ୍ କୋ ଏଲଏଲ୍‌ପି ପାର୍ଟନର୍‌ ଶୈଳେଶ କୁମାର କହିଛନ୍ତି, ଏହି ବିଜ୍ଞପ୍ତି ଅନୁସାରେ, ସରକାର ୨୬କ୍ୟୁ ଏବଂ ୨୭କ୍ୟୁ ଫର୍ମର ଫର୍ମାଟ୍ ସଂଶୋଧନ କରିଛନ୍ତି।  କଟାଯାଉଥିବା ‘ଟିଡିଏସ୍’ ଅର୍ଥରାଶି ଏବଂ କଟିବା ପରେ ବିଭିନ୍ନ ରେସିଡେଣ୍ଟ୍‌ ଆଣ୍ଡ୍ ନନ୍‌-ରେସିଡେଣ୍ଟ୍‌ ପେମେଣ୍ଟ୍‌ରେ ଜମା ହେଉଥିବା ସେହି ଅର୍ଥରାଶି ବିଷୟରେ ବିସ୍ତୃତ ଭାବେ ସେହି ଫର୍ମରେ ଉଲ୍ଲେଖ କରାଯିବ।

publive-image

ସରକାର କିଂବା ଭାରତରେ ଚାଲିଥିବା କର୍ପୋରେଟ୍ ଭାରତୀୟ ବାସିନ୍ଦାଙ୍କୁ ବେତନ ବ୍ୟତୀତ ମିଳୁଥିବା ଅନ୍ୟାନ୍ୟ ଅର୍ଥ ଉପରେ କ୍ବାଟର୍‌ଲି ଟିଡିଏସ୍‌ ଫାଇଲ୍ ପାଇଁ ଫର୍ମ ୨୬କ୍ୟୁ ବ୍ୟବହାର ହୁଏ। ଏନ୍‌ଆର୍‌ଆଇ ଏବଂ ବିଦେଶୀଙ୍କ ସମେତ ଅଣପ୍ରବାସୀଙ୍କୁ ଇଲେକ୍ଟ୍ରୋନିକାଲି ମିଳୁଥିବା ବେତନ ବ୍ୟତୀତ ଅନ୍ୟାନ୍ୟ ଅର୍ଥ ଉପରେ କ୍ବାଟର୍‌ଲି ଟିଡିଏସ୍‌ ଫାଇଲ୍ ପାଇଁ ଫର୍ମ ୨୭କ୍ୟୁ ବ୍ୟବହାର ହୁଏ। ସରକାରୀ ଡିଡକ୍ଟର୍‌ଙ୍କୁ ବାଦ ଦେଲେ, ଅନ୍ୟ ସମସ୍ତ ଡିଡକ୍ଟର୍‌ ପାଇଁ ଫର୍ମରେ ସେମାନଙ୍କର ପାନ୍ ଉଲ୍ଲେଖ କରିବା ବାଧ୍ୟତାମୂଳକ।

କୁମାର କହିଛନ୍ତି, ନୂତନ ଫର୍ମଗୁଡ଼ିକ ଅଧିକ ବ୍ୟାପକ। ଏଥିରେ କରଦାତାମାନେ କେବଳ ଟିଡିଏସ୍ କଟୁଥିବା କଥା ରିପୋର୍ଟ କରିବେ ନାହିଁ, ଟିଡିଏସ୍ ନ କଟୁଥିବା କାରଣ ସଂକ୍ରାନ୍ତରେ ବି ‌ରିପୋର୍ଟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe