ମାୟାବତୀଙ୍କୁ ଝଟକା, ତାଙ୍କ ଭାଇଙ୍କ ମାଲିକାନାରେ ଥିବା ୪୦୦ କୋଟିର ପ୍ଲଟକୁ ଜବତ କଲା ଆୟକର ବିଭାଗ

ସତ ବାହାରକୁ ଆସିବା ଦରକାର : ଅସଦ୍ ଏନକାଉଣ୍ଟରର ତଦନ୍ତ ଦାବି କଲେ ମାୟାବତୀ

ନୋଇଡା : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି ନେତା ମାୟାବତୀଙ୍କୁ ଏକ ବଡ଼ ଝଟକା ଲାଗିଛି । ନୋଇଡାରେ ତାଙ୍କ ଭାଇ ଆନନ୍ଦ କୁମାରଙ୍କର ଏକ ବେନାମୀ ପ୍ଲଟକୁ ଆୟକର ବିଭାଗ ଜବତ କରିଛି । ଜବତ ହୋଇଥିବା ଏହି ୭ ଏକର ବା ୨୮୩୨୮ ବର୍ଗ ମିଟର ବିଶିଷ୍ଟ ପ୍ଲଟର ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ହେବ ବୋଲି ଅଟକଳ କରାଯାଉଛି । ଆୟକର ବିଭାଗର ବେନାମୀ ନିବାରଣ ୟୁନିଟ ପକ୍ଷରୁ ଏହି ପ୍ଲଟ ଜବତ କରାଯାଇଛି ।

ତଦନ୍ତରୁ ଜଣାପଡିଛି ଯେ ଏହି ପ୍ଲଟର ପ୍ରକୃତ ମାଲିକ ହେଉଛନ୍ତି ଆନନ୍ଦ କୁମାର ଓ ତାଙ୍କ ପତ୍ନୀ ବିଚିତ୍ର ଲତା । ବେନାମୀ ସଂପତ୍ତି କାରବାର ଆଇନ ୧୯୮୮ ବଳରେ ଏହି ପ୍ଲଟକୁ ଜବତ କରାଯାଇଛି । ଏହି ଆଇନ ଅନୁସାରେ ଦୋଷୀ ବ୍ୟକ୍ତିଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଓ ସଂପୃକ୍ତ ବେନାମୀ ସଂପତ୍ତିର ୨୫ ପ୍ରତିଶତ ଜୋରିମାନା ଆକାରରେ ଆଦାୟର ବ୍ୟବସ୍ଥା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe