ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଆୟକର ବିଭାଗ ଚଢ଼ାଉ

Advertisment
ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଆୟକର ବିଭାଗ ଚଢ଼ାଉ

Image Courtesy of Zee News

ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ଓଏସ୍‌ଡି ପ୍ରବୀଣ କାକ୍କରଙ୍କ ସହଯୋଗୀ ଅଶ୍ୱିନୀ ଶର୍ମାଙ୍କ ବାସଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ସକାଳେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି।

ଚଢ଼ାଉ ଚାଲିଥିବା ସ୍ଥାନଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି।

ରବିବାର ଦିନ ଦିଲ୍ଲୀର ଆୟକର ଅଧିକାରୀମାନେ କମଲନାଥଙ୍କର ପୂର୍ବତନ ଉପଦେଷ୍ଟା ପ୍ରବୀଣ କାକ୍କରଙ୍କ ଇନ୍ଦୋରସ୍ଥିତ ବାସଭବନ ଓ ଆର୍‌. କେ. ମିଗ୍‌ଲାନିଙ୍କ ଦିଲ୍ଲୀ ବାସଭବନରେ ଚଢ଼ାଉ କରିଥିଲେ। ଟିକସ ଫାଙ୍କି ଅଭିଯୋଗ କାରଣରୁ ଉଭୟଙ୍କ ଘରେ ଆୟକର ଚଢ଼ାଉ ହୋଇଥିଲା।
ରବିବାର ପାହାନ୍ତା ପୂର୍ବରୁ କାକ୍କରଙ୍କ ଘରେ ଆୟକର ବିଭାଗର ୧୫ ଜଣିଆ ଟିମ୍‌ ଚଢ଼ାଉ କରି ପ୍ରାୟ ୯ କୋଟି ଟଙ୍କା ଜବତ କରିଛନ୍ତି।

ପ୍ରବୀଣ କାକ୍କରଙ୍କ ସହଯୋଗୀ ଅଶ୍ୱିନୀ ଶର୍ମାଙ୍କ ଘରେ ଆୟକର ବିଭାଗ ଚଢ଼ାଉ ବେଳେ ସିଆର୍‌ପିଏଫ୍‌ ଏବଂ ମଧ୍ୟ ପ୍ରଦେଶ ପୁଲିସ ଅଧିକାରୀମାନଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ପ୍ରବଳ ଯୁକ୍ତିତର୍କ ଚାଲିଥିଲା। ଅଶ୍ୱିନୀ ବୃତ୍ତିରେ ଜଣେ ବ୍ୟବସାୟୀ।

ଭାରତୀୟ ଜନତା ପାର୍ଟିର ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଯାହା କରୁଛନ୍ତି ମଧ୍ୟପ୍ରଦେଶରେ କମଳ ନାଥଙ୍କ ତତ୍ତ୍ୱାବଧାନରେ ତାହା ହିଁ ଘଟୁଛି।

ଆୟକର ବିଭାଗର କାର୍ଯ୍ୟକଳାପରେ ବାଧା ଦେଇ କମଳନାଥ ଦୁର୍ନୀତିଗ୍ରସ୍ତମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଚୌହାନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe