କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍‌ କୃଷ୍ଣଙ୍କ ଜ୍ୱାଇଁ ତଥା କାଫେ କଫି ଡେ’ ଚେନ୍‌ର ମାଲିକଙ୍କ ଉପରେ ଆୟକର ବିଭାଗର ଚଢ଼ାଉ

Advertisment
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍‌ କୃଷ୍ଣଙ୍କ ଜ୍ୱାଇଁ ତଥା କାଫେ କଫି ଡେ’ ଚେନ୍‌ର ମାଲିକଙ୍କ ଉପରେ ଆୟକର ବିଭାଗର ଚଢ଼ାଉ

Photo Courtesy of Daily Excelsior

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍‌ କୃଷ୍ଣଙ୍କ ଜ୍ୱାଇଁ ଭି ଜି ସିଦ୍ଧାର୍ଥଙ୍କ ମାଲିକାନାରେ ଥିବା ଅନେକ ଅଫିସ୍‌ରେ ଆୟକର ବିଭାଗ ଚଢ଼ାଉ କରିଛି।

ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ ଏବଂ ଚିକ୍‌ମାଗାଲୁର ଆଦି ସହରରେ ଥିବା ୨୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରାଯାଉଛି।

ଭି ଜି ସିଦ୍ଧାର୍ଥ ହେଉଛନ୍ତି ଜନପ୍ରିୟ କାଫେ କଫି ଡେ’ ଚେନ୍‌ର ସଂସ୍ଥାପକ-ମାଲିକ।

ସିଦ୍ଧାର୍ଥଙ୍କ ମାଲିକାନାରେ ଥିବା କେତେଗୁଡ଼ିଏ କାଫେ କଫି ଡେ’ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରାଯାଉଛି।

ଚେନ୍ନାଇରେ ମଧ୍ୟ ତାଙ୍କ ପରିବାର ମାଲିକାନାରେ ଥିବା ସାଇକାଲ୍‌ ଲଜିଷ୍ଟିକ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଚଲାସି ଚାଲିଛି।

କଂଗ୍ରେସ ଦଳରେ ୪୬ ବର୍ଷ ଅତିବାହିତ କରିବା ପରେ ସିଦ୍ଧାର୍ଥଙ୍କ ଶ୍ୱଶୁର ଏସ୍‌ ଏମ୍‌ କୃଷ୍ଣ ଏବର୍ଷ ମାର୍ଚ ମାସରେ ବିଜେପିରେ ଯୋଗ ଦେଇଛନ୍ତି।

ଉପା ସରକାରରେ ମଧ୍ୟ ଏସ୍‌ ଏମ୍‌ କୃଷ୍ଣ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe