ମୁଁ ଭାବୁଛି ବିରାଟ କୋହଲି ମୋ ଅପେକ୍ଷା ଅଧିକ ଦକ୍ଷ; ଏଭଳି କହି କୋହଲିଙ୍କ ପ୍ରଶଂସା କଲେ ସୌରଭ ଗାଙ୍ଗୁଲି

Advertisment
ମୁଁ ଭାବୁଛି ବିରାଟ କୋହଲି ମୋ ଅପେକ୍ଷା ଅଧିକ ଦକ୍ଷ; ଏଭଳି କହି କୋହଲିଙ୍କ ପ୍ରଶଂସା କଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଧୂଆଁଧାର ଶତକ ଅର୍ଜନ କରି ବିରାଟ କୋହଲି ନିଜ ସମାଲୋଚକମାନଙ୍କ ମୁହଁ ବନ୍ଦ କରିବା ସହ ପ୍ରସଶଂସକମାନଙ୍କୁ ଖୁସି କରିଦେଇଛନ୍ତି । ଏହି ଶତକ ସହ ସେ ରେକର୍ଡ ବହିରେ ନିଜ ନାଁ ଲେଖାଇଛନ୍ତି ।  ଟି୨୦ କ୍ରିକେଟରେ ୩୫୦୦ ରନ କରିବାରେ ସେ ୨ୟ ଖେଳାଳି ପାଲଟିଛନ୍ତି । ପୂର୍ବରୁ କେବଳ ରୋହିତ ଶର୍ମାଙ୍କ ନାଁରେ ଏହି ସଫଳତା ଥିଲା । ବିରାଟଙ୍କ ଏଭଳି ବିରାଟ ସଫଳତା ପରେ ତାଙ୍କୁ ପ୍ରଶଂସା କରିଛନ୍ତି ବିିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁୁଲି।

ସେ କହିଛନ୍ତି, ମୁଁ ଭାବୁଛି ବିରାଟ କୋହଲି ମୋ ଅପେକ୍ଷା ଅଧିକ ଦକ୍ଷ। ଆଗକୁ କୋହଲି ଖେଳିବା ଜାରି ରଖିବେ ଏବଂ ମୋଠାରୁ ଅଧିକ ସେ ଭାରତୀୟ ଜର୍ସିରେ ନଜର ଆସିବେ। ଆମେ ଭିନ୍ନ ଭିନ୍ନ ପିଢ଼ିର ଖେଳାଳି। ଆମେ ଅନେକ କ୍ରିକେଟ୍ ଖେଳିଛୁ। ମୁଁ ମୋ ପିଢ଼ିରେ ଖେଳିଥିଲି ଏବଂ ସେ ଏବେ ତାଙ୍କ ପିଢ଼ି ସମୟରେ ଖେଳିବା ଜାରି ରଖିଛନ୍ତି। ଆଗକୁ ବୋଧହୁଏ ମୋ ଅପେକ୍ଷା ସେ ଅଧିକ ଖେଳ ଖେଳିବେ। ସେ ଜବରଦସ୍ତ।

କୋହଲିଙ୍କୁ ବିସିସିଆଇ ସଭାପତି ଏଭଳି ପ୍ରଶଂସା କରିବା ପ୍ରଥମ ନୁହେଁ। ଏସିଆ କପ୍ ପୂର୍ବରୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ଗାଙ୍ଗୁଲି ଷ୍ଟାର ବ୍ୟାଟ୍ସମ୍ୟାନ କୋହଲିଙ୍କୁ ଜଣେ ବଡ଼ ଖେଳାଳି ଭାବରେ ପ୍ରଶଂସା କରିବା ସହ ଟୁର୍ନାମେଣ୍ଟ ସମୟରେ କୋହଲି ନିଜ ଫର୍ମକୁ ଫେରିବେ ବୋଲି କହିଥିଲେ ଗାଙ୍ଗୁଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe