ଉତ୍ତରକୋରିଆ ଶାସକ କିମ୍ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନୁଷ୍ଠିତ ଏହି ଶିଖର ବୈଠକ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ବିଶେଷକରି ଉତ୍ତରକୋରିଆ ଶାସକ କିମ୍ ଜଙ୍ଗ ଉନ ଉତ୍ତରକୋରିଆ ପାଇଁ ସୁରକ୍ଷା ଗ୍ୟରେଣ୍ଟି ହାତେଇବା ସହିତ ପରମାଣୁ ଅସ୍ତ୍ର ନିରସ୍ତ୍ରୀକରଣ ଦିଗରେ ବଡ଼ ପଦକ୍ଷେପ ନେଇ ପାରନ୍ତି ବୋଲି ଆଶା କରାଯାଉଛି। ପ୍ରଥମେ ଉଭୟ ନେତା ୪୮ ମିନିଟ୍ ଧରି ଓ୍ଵାନ ଠୁ ଓ୍ଵାନ କଥାବାର୍ତ୍ତା କରିବା ପରେ ବର୍ତ୍ତମାନ ପ୍ରତିନିଧିସ୍ତରୀୟ ଆଲୋଚନା ଜାରି ରହିଛି।ଏହି ଅବସରରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍ ଜେ ଇନ୍ଙ୍କ ଏକ ବକ୍ତବ୍ୟ ବେଶ୍ ରୋଚକ ଆଲୋଚନାର କାରଣ ହୋଇଛି। ଗୋଟିଏ ପଟେ ଉତ୍ତରକୋରିଆ ଶାସକ କିମ୍ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିବା ବେଳେ ଅନ୍ୟପଟେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ କହିଛନ୍ତି ଯେ ଏହି ଦୁଇ ନେତାଙ୍କ ବୈଠକ ପାଇଁ ସେ ସାରା ରାତି ଶୋଇ ପାରି ନାହାଁନ୍ତି।
ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ କହିଛନ୍ତି ଯେ ଉତ୍ତରକୋରିଆ ଶାସକ କିମ୍ ଜଙ୍ଗ ଉନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନୁଷ୍ଠିତ ଏହି ଶିଖର ବୈଠକ ଏକ ସଫଳ ବୈଠକ ହେବା ସେ ଓ ତାଙ୍କ ଦେଶର ଲୋକେ ଅତି ବ୍ୟଗ୍ରତାର ସହିତ ଅପେକ୍ଷା କରିଛନ୍ତି। ଏହି ବୈଠକ ସଫଳ ହେଳ ପରମାଣୁ ନିରସ୍ତ୍ରୀକରଣର ଏକ ନୂତନ ଅଧ୍ୟାୟ ଓ ନୂତନ ଯୁଗର ଆରମ୍ଭ ହେବ। କେବଳ ସେତିକି ନୁହେଁ, ଉତ୍ତର କୋରିଆ, ଦକ୍ଷିଣ କୋରିଆ ଓ ଯକତ୍ତ ରାଷ୍ଟ୍ର ଆମେରିକା ମଧ୍ୟରେ ଏକ ନୂତନ ସମ୍ପର୍କର ଅୟାମାରମ୍ଭ ହେବ ବୋଲି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ କହିଛନ୍ତି।
କିମ୍-ଟ୍ରମ୍ପଙ୍କ ବୈଠକ ଲାଗି ଶୋଇ ପାରି ନାହାଁନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତି
Advertisment
Follow Us