ମୁଁ ସ୍ବେଚ୍ଛାକୃତ ଭାବେ କଷ୍ଟମ ଡ୍ୟୁଟି ଦେବାକୁ ଯାଇଥିଲି; ଘଣ୍ଟାର ଦାମ ୧.୫କୋଟି ଥିଲା, ୫କୋଟି ନୁହେଁ: ହାର୍ଦ୍ଦିକ ପାଣ୍ଡ୍ୟା

ମୁଁ ସ୍ବେଚ୍ଛାକୃତ ଭାବେ କଷ୍ଟମ ଡ୍ୟୁଟି ଦେବାକୁ ଯାଇଥିଲି; ଘଣ୍ଟାର ଦାମ ୧.୫କୋଟି ଥିଲା, ୫କୋଟି ନୁହେଁ: ହାର୍ଦ୍ଦିକ ପାଣ୍ଡ୍ୟା

www.indiatoday.in

ମୁମ୍ବାଇ: ଗତକାଲି ଖବର ମିଳିଥିଲା ‌ଯେ, ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟି ଟଙ୍କାର ୨ଟି ଘଣ୍ଟା ଜବତ କରିଛି କଷ୍ଟମ ବିଭାଗ। ଇନଭଏସ୍ ନଥିବା ସହ ଏହି ଘଣ୍ଟା କିଣିଥିବା ନେଇ ସେ କୌଣସି ସୂଚନା ଦେଇନଥିବାରୁ ଦୁବାଇରୁ ଫେରିବା ପରେ ମୁମ୍ବାଇ ବିମାନବନ୍ଦରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟି ଟଙ୍କାର ୨ଘଣ୍ଟା କଷ୍ଟମ ବିଭାଗ ଜବତ କରିଥିବା ଖବର ଭାଇରାଲ ହେବାରେ ଲାଗିଥିଲା। ଏବେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।

ଟ୍ବିଟ କରି ସେ କହିଛନ୍ତି ଯେ, ସେ ନିଜେ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଥିବା କଷ୍ଟମ ବିଭାଗକୁ ଯାଇ କିଣିଥିବା ଜିନିଷର କଷ୍ଟମ ଡ୍ୟୁଟି ଦେଇଥିଲେ। ଉପଯୁକ୍ତ ମୂଲ୍ୟାୟନ ପାଇଁ କଷ୍ଟମ ବିଭାଗ ତାଙ୍କର ୧.୫କୋଟି ଟଙ୍କା ମୂଲ୍ୟର କେବଳ ଗୋଟିଏ ଘଣ୍ଟା ନେଇଥିଲା। ୫କୋଟି ଟଙ୍କାର ମୂଲ୍ୟର କୌଣସି ଜିନିଷ କଷ୍ଟମ ବିଭାଗ ତାଙ୍କଠାରୁ ଜବତ କରିନଥିବା ସ୍ପଷ୍ଟ କରିଛନ୍ତି ହାର୍ଦ୍ଦିକ।

ତେବେ ନିକଟରେ ଶେଷ ହୋଇଥିବା ଆଇସିସି ଟି -୨୦ କ୍ରିକେଟ୍ ବିଶ୍ୱକପରେ ହାର୍ଦ୍ଦିକ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିପାରିନଥିଲେ | ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜଣେ ଭଲ ଅଲରାଉଣ୍ଡର ଭାବେ ବିବେଚନା କରାଯାଏ | କିନ୍ତୁ ଏହି ଟୁର୍ନାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିପାରିନଥିଲେ। ଟି -୨୦ କ୍ରିକେଟ୍ ବିଶ୍ୱକପ ୨୦୨୧ର ୩ ଇନିଂସରେ ହାର୍ଦ୍ଦିକଙ୍କ ବ୍ୟାଟରୁ ମାତ୍ର ୬୯ ରନ୍ ଆସିଥିଲା। ବିଶେଷକରି ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ସହ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ୱିକେଟ୍ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe