ଉପମା ବଦଳରେ ଅଙ୍ଗନୱାଡିରେ ବିରିୟାନୀ ଓ ଚିକେନ ଫ୍ରାଏ ମିଳୁ ବୋଲି କହିଲା ଛାତ୍ର, ମିଳିଲା ଏଭଳି ଜବାବ

Advertisment

ଏକ ଅଙ୍ଗନୱାଡି କେନ୍ଦ୍ରରେ ଉପମା ବଦଳରେ ବିରିୟାନୀ ଏବଂ ଚିକେନ୍ ଫ୍ରାଏ ମାଗୁଥିବା ଏକ ପିଲାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓଟି କେରଳର ବୋଲି ଜଣାପଡ଼ି

ଏକ ଅଙ୍ଗନୱାଡି କେନ୍ଦ୍ରରେ ଉପମା ବଦଳରେ ବିରିୟାନୀ ଏବଂ ଚିକେନ୍ ଫ୍ରାଏ ମାଗୁଥିବା ଏକ ପିଲାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓଟି କେରଳର ବୋଲି ଜଣାପଡ଼ି

tfgger

ଥିରୁବନନ୍ତପୁରମ୍: ଉପମା ବଦଳରେ ଅଙ୍ଗନୱାଡିରେ ବିରିୟାନୀ ଓ ଚିକେନ ଫ୍ରାଏ ମିଳୁ ବୋଲି କହିଲା ଛାତ୍ର। ଭାଇରାଲ ହେଲା ଭିଡିଓ। ଏକ ଅଙ୍ଗନୱାଡି କେନ୍ଦ୍ରରେ ଉପମା ବଦଳରେ ବିରିୟାନୀ ଏବଂ ଚିକେନ୍ ଫ୍ରାଏ ମାଗୁଥିବା ଏକ ପିଲାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡିଓଟି କେରଳର ବୋଲି ଜଣାପଡ଼ିଥିବା ବେଳେ ଶିଶୁର ଏଭଳି ଅନୁରୋଧ ପରେ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ, ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ବୀଣା ଜର୍ଜ ସୋମବାର (ଫେବ୍ରୁଆରି ୩) ତାଙ୍କ ଫେସବୁକ୍ ପେଜରେ ଶଙ୍କୁ ନାମକ ଏକ ଶିଶୁର ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଶିଶୁଟି  ଏହି ଅନୁରୋଧ କରୁଥିବା ଦେଖାଯାଇଥିଲା। ଭିଡିଓ ଦେଖିବା ପରେ ଅଙ୍ଗନୱାଡିର ମେନୁରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ବୀଣା ଜର୍ଜ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପିଲାଟି ଅନେକ ଆଶା ନେଇ ଏହି ଅନୁରୋଧ କରିଛି । ତେଣୁ ଏହା ଉପରେ ବିଚାର କରାଯାଉଛି। ଶଙ୍କୁ, ତାଙ୍କ ମାଆ ଏବଂ ଅଙ୍ଗନୱାଡି କର୍ମୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ମନ୍ତ୍ରୀ କହିଛନ୍ତି, "ଶଙ୍କୁଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ମେନୁ ସମୀକ୍ଷା କରାଯିବ।" 

ശങ്കുവിന്റെ അപേക്ഷ പരിഗണിച്ച് മെനു പരിഷ്‌ക്കരിക്കുന്നത് ചര്‍ച്ച ചെയ്യും.

Posted by Veena George on Monday, February 3, 2025

ସୂଚନା ମୁତାବକ, ଶଙ୍କୁଙ୍କ ମା’ ଘରେ ବିରିୟାନୀ କରିଥିବା ବେଳେ ତାଙ୍କୁ ଖୁଆଉ ଥିଲେ। ଏହି ସମୟରେ ଶଙ୍କୁ କହିଥିଲେ, ଅଙ୍ଗନୱାଡିରେ ଉପମା ପରିବର୍ତ୍ତେ ମୋତେ ବିରିୟାନୀ ଓ ଚିକେନ ଫ୍ରାଏ ଦରକାର। ଏହାର ଏକ ଭିଡିଓ ରେକର୍ଡ କରି ଶଙ୍କୁଙ୍କ ମା’ ଫେସବୁକରେ ସେୟାର କରିବା ପରେ ଏବେ ତାହା ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe