କ୍ଷମତାରେ ଥିବାବେଳେ ମୁଁ ଏତେ ଭୟଙ୍କର ନଥିଲି: ଇମ୍ରାନ

ଦେଶଦ୍ରୋହ ମାମଲା ସାମ୍ନା କରିପାରନ୍ତି

ପାକିସ୍ତାନର ବିଭାଜନ ହୋଇପାରେ : ଇମ୍ରାନ ଖାଁଙ୍କ ଆଶଙ୍କା

civicus.org

ଇସଲାମାବାଦ୍‌ : କ୍ଷମତାରୁ ହଟିବାର କିଛି ଦିନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି, ସେ କ୍ଷମତାରେ ଥିବାବେଳେ ଆଦୌ ଭୟଙ୍କର ନଥିଲେ। କିନ୍ତୁ ଏବେ ସେ ଖୁବ୍‌ ଭୟଙ୍କର ହୋଇଯିବେ। ପ୍ରଧାନମନ୍ତ୍ରୀ ପଦରୁ ତାଙ୍କୁ ହଟାଇବା ନେଇ ଷଡ଼ଯନ୍ତ୍ର ହୋଇଥିବା ଇମ୍ରାନ୍‌ ଅଭିଯୋଗ କରିଛନ୍ତି। ଗତ ସପ୍ତାହରେ ତାଙ୍କ ବିରୋଧରେ ଅନାସ୍ଥା ଗୃହୀତ ହେବା ପୂର୍ବରୁ ମଧ୍ୟରାତ୍ରୀରେ କୋର୍ଟ କାହିଁକି ଖୋଲା ରହିଥିଲା ବୋଲି ଇମ୍ରାନ୍‌ ପ୍ରଶ୍ନ କରିଛନ୍ତି। ଇମ୍ରାନ କହିଛନ୍ତି, ନୂ୍ଆ ସରକାରକୁ ଗ୍ରହଣ କରାଯିବନି। ଇମ୍ରାନ୍‌ ନୂଆ ସରକାରକୁ ଆମଦାନୀ ସରକାର ବୋଲି କହିଛନ୍ତି। ପ୍ରତିଥର ଜଣେ ନେତା ବହିଷ୍କୃତ ହେବାପରେ ଲୋକମାନେ ଉତ୍ସବ ମନାନ୍ତି କିନ୍ତୁ ଚଳିତ ଥର ଆନ୍ଦୋଳନ ହେଉଛି ବୋଲି ସେ କହିଛନ୍ତି। ଗତକାଲି ଇମ୍ରାନଙ୍କୁ ସମର୍ଥନ କରି ଏକ ମେଗା ରୢାଲି ହୋଇଥିବା ବେଳେ ଇମ୍ରାନ୍‌ ତାଙ୍କ ଉଦ୍‌ବୋଧନରେ କହିଛନ୍ତି, ତାଙ୍କୁ ପୁଣି କ୍ଷମତାକୁ ଆଣିବା ପାଇଁ ଲୋକେ ଏବେ ସଂଗ୍ରାମ କରୁଛନ୍ତି।

ଇସଲାମାବାଦ୍‌: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଦେଶଦ୍ରୋହ ମାମଲା ସାମ୍ନା କରିପାରନ୍ତି। ପାକିସ୍ତାନ ସମ୍ବିଧାନର ପ୍ରାବଧାନକୁ ଇମ୍ରାନ୍‌ ତାଙ୍କ ବି‌ରୋଧୀଙ୍କ ବିରୋଧରେ ବ୍ୟବହାର କରିଛନ୍ତି। ‌ସେଥିପାଇଁ ତାଙ୍କୁ ଦେଶ‌ଦ୍ରୋହ ମାମଲାର ସାମ୍ନା କରିବାକୁ ପଡ଼ିପାରେ। ଏନେଇ ଇମ୍ରାନଙ୍କ ବିରୋଧରେ ବିଭିନ୍ନ କୋର୍ଟରେ ଆବେଦନ ହୋଇଛି। ଇସଲାମାବାଦ ହାଇକୋର୍ଟ ପ୍ରଧାନ ବିଚାରପତି ଏନେଇ ଏକ ପିଟିସନ୍‌ ଖାରଜ କରିଥିଲେ ସୁଦ୍ଧା ଇମ୍ରାନଙ୍କ ଉପରୁ ବିପଦ ଟଳିନାହିଁ। ଇମ୍ରାନ୍‌ ଏପ୍ରିଲ ୧୦ରେ କ୍ଷମତାଚ୍ୟୁତ ହେବାପରେ ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ଆରମ୍ଭ କରିବାପାଇଁ ଘୋଷଣା କରିଥିଲେ। ଅନାସ୍ଥା ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଇ ନଦେବାକୁ ମଧ୍ୟ ଯୋଜନା କରିଥିବା ଅଭିଯୋଗ ହୋଇଛି। ଇମ୍ରାନ୍‌ ବିରୋଧୀଙ୍କ ବିରୋଧରେ ସମ୍ବିଧାନର ବିଭିନ୍ନ ପ୍ରାବଧାନ ବ୍ୟବହାର କରିଥିବାରୁ ସେ ଦେଶଦ୍ରୋହ ମାମଲା ସାମ୍ନା କରିବେ ବୋଲି ପ୍ରମୁଖ ବିରୋଧୀ ଦଳ ନେତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe