ନୂଆଦିଲ୍ଲୀ : ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପଂଜାବ କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ଅମରିନ୍ଦର ଏବଂ ସୋନିଆଙ୍କ ଏହି ବୈଠକକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ସହ ତାଙ୍କର ଯେଉଁ ବିବାଦ ଲାଗି ରହିଛି ତାର ସମାଧାନ ପାଇଁ ଆଜିର ବୈଠକରେ କିଛି ନିଷ୍କର୍ସ ବାହାରିଥାଇପାରେ ବୋଲି କୁହାଯାଉଛି। ତେବେ ବୈଠକ ପରେ ଅମରିନ୍ଦର କହିଛନ୍ତି, କଂଗ୍ରେସ ହାଇ କମାଣ୍ଡ୍ଙ୍କ ଦ୍ବାରା ଯେଊଁ ନିଷ୍ପତ୍ତି ନିଆଯିବ ତାକୁ ସେ ଗ୍ରହଣ କରିବେ। ସିଦ୍ଧୁଙ୍କୁ କିଛି ବଡ଼ ପଦବି ମିଳିବ କି ବୋଲି ପ୍ରଶ୍ନ କରିବାରୁ ଅମରିନ୍ଦର କହିଛନ୍ତି, ସିଦ୍ଧୁଙ୍କ ବିଷୟରେ ସେ କିଛି ଜାଣନ୍ତିନି। କିନ୍ତୁ କଂଗ୍ରେସ ସଭାପତି ଯେଉଁ ନିଷ୍ପତ୍ତି ନେବେ ଏବଂ ଯାହା ଚାହିବେ ତାହା ପାଳନ କରାଯିବ। ଉଲ୍ଲେଖଯୋଗ୍ୟ ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବାର କିଛି ଦିନ ପରେ ଅମରିନ୍ଦର ଆଜି ସୋନିଆଙ୍କୁ ଭେଟିଛନ୍ତି।
ସୋନିଆ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି: ଅମରିନ୍ଦର
Advertisment
Follow Us