ଡ୍ରଗ୍‌ସ ଲିଙ୍କ୍‌ ପ୍ରମାଣ ମିଳିଲେ ମୁମ୍ବାଇ ଛାଡ଼ିଦେବି: କଙ୍ଗନା

Advertisment
ଏଲନ ମସ୍କଙ୍କୁ କଙ୍ଗନାଙ୍କ ପରାମର୍ଶ: ଆଧାର କାର୍ଡ ଥିବା ବ୍ୟକ୍ତିଙ୍କୁ ବ୍ଲୁ ଟିକ୍ ମିଳୁ

zeenews

ମୁମ୍ବାଇ: କଙ୍ଗନା ରାଣାୱତ କହିଛନ୍ତି ଯଦି ତାଙ୍କ ବି‌ରୋଧରେ ଆସିଥିବା ଡ୍ରଗ୍‌ସ ଲିଙ୍କ୍‌ର ପ୍ରମାଣ ମିଳେ, ସେ ମୁମ୍ବାଇ ଛାଡ଼ିଦେବେ। ମହାରାଷ୍ଟ୍ର ସରକାରଙ୍କର ସାହସ ଅଛିତ ତାଙ୍କ ବିରୋଧରେ ତଦନ୍ତ କରାନ୍ତୁ ବୋଲି କଙ୍ଗନା ଆହ୍ବାନ ଜଣାଇଛନ୍ତି। କଙ୍ଗନାଙ୍କ ବିରୋଧରେ ଆସିଥିବା ଡ୍ରଗ୍‌ସ ମାମଲାର ତଦନ୍ତ କରାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଥିଲେ। ତେବେ ସମସ୍ତ ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଥିବା କଙ୍ଗନା କହିଛନ୍ତି। କଙ୍ଗନା ଟ୍ବିଟ୍‌ କରିଛନ୍ତି, ‘ମୁଁ ଖୁସି ହେବି। ମୁମ୍ବାଇ ପୁଲିସ ଏବଂ ଅନିଲ ଦେଶମୁଖଙ୍କ ନିକଟରେ କୃତଜ୍ଞ ରହିବି, ଯଦି ମହାରାଷ୍ଟ୍ର ସରକାର ମୋ ବିରୋଧରେ ଡ୍ରଗ୍‌ସ ଲିଙ୍କ୍‌ ଅଭିଯୋଗର ତଦନ୍ତ କରିବେ।’ କଙ୍ଗନା ନିଶା ସେବନ କରୁଥିଲେ କି ନାହିଁ ମୁମ୍ବାଇ ପୁଲିସ ଏହାର ତଦନ୍ତ କରିବ ବୋଲି ଦେଶମୁଖ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe