ହଜାରେ ଏଲୋପାଥି ଡାକ୍ତରଙ୍କୁ ଆୟୁର୍ବେଦୀ କରିଦେବି: ରାମଦେବ

ହଜାରେ ଏଲୋପାଥି ଡାକ୍ତରଙ୍କୁ ଆୟୁର୍ବେଦୀ କରିଦେବି: ରାମଦେବ

Image Courtesy of India Today

ହରିଦ୍ବାର(ଉତ୍ତରାଖଣ୍ଡ): ମହାମାରୀ କୋଭିଡ୍‌-୧୯ ଚିକିତ୍ସାରେ ଏଲୋପାଥି ଔଷଧର ପ୍ରତିକୂଳ ଭୂମିକା ରହିଛି ବୋଲି ନିକଟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ଯୋଗଗୁରୁ ବାବା ରାମଦେବ ପୁଣି ଏକ ବିବାଦ ସୃଷ୍ଟି କରିଛନ୍ତି। ବର୍ଷକ ଭିତରେ ହଜାରେ ଏଲୋପାଥି ଡାକ୍ତରଙ୍କୁ ଆୟୁର୍ବେଦୀରେ ପରିଣତ କରାଇବାକୁ ସେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ହରିଦ୍ବାର ସ୍ଥିତ ନିଜର ଯୋଗ ଗ୍ରାମ କେନ୍ଦ୍ର ଠାରେ ରାମଦେବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ସେଠାରେ ଯୋଗାଭ୍ୟାସ କରିବାକୁ ପହଞ୍ଚିଥିବା ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ ଏମ୍‌ବିବିଏସ୍‌ ଓ ଏମ୍‌ଡି ଡିଗ୍ରିଧାରୀ ଅନେକ ଏଲୋପାଥି ଡାକ୍ତର ତାଙ୍କ ଦ୍ବାରା ଆୟୋଜିତ ଯୋଗଶିବିରଗୁଡ଼ିକରେ ସାମିଲ ହୋଇ ଆସୁଛନ୍ତି।

ସେହିପରି ଏଲୋପାଥି ଔଷଧରେ ପାର୍ଶ୍ବ ପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବା ଅନେକ ଡାକ୍ତର ମଧ୍ୟ ଯୋଗ ଓ ଆୟୁର୍ବେଦ ପ୍ରତି ମନ ବଳାଉଛନ୍ତି। ଏପରିକି ଅନେକ ସେମାନଙ୍କ ସରକାରୀ ସେବାରୁ ସ୍ବେଚ୍ଛାକୃତ ଅବସର ମଧ୍ୟ ନେଇଛନ୍ତି। ତେଣୁ ଏ ପରିସ୍ଥିତିରେ ଏଭଳି ହଜାରେ ସଂଖ୍ୟକ ଏଲୋପାଥି ଡାକ୍ତରଙ୍କୁ ଆସନ୍ତା ବର୍ଷକ ଭିତରେ ଆୟୁର୍ବେଦୀ ବା ପ୍ରାକୃତିକ ଚିକିତ୍ସା(ନେଚରପାଥି)କୁ ବଦଳାଇବେ ବୋଲି ବାବା କହିଛନ୍ତି। ନିକଟରେ ଏଲୋପାଥି ଚିକିତ୍ସାକୁ ନେଇ ରାମଦେବଙ୍କ ବୟାନକୁ ଆଇଏମ୍‌ଏ ତୀବ୍ର ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ବୟାନ ପ୍ରତ୍ୟାହାର କରିବାକୁ ଦାବି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe