ଯଦି ସବୁ ଧର୍ମରୁ ଭୋଟ ନମିଳି ଥାଏ ତେବେ ଲୋକସଭା ସିଟରୁ ଇସ୍ତଫା ଦେବି: ଆଜମ

Advertisment
ଯଦି ସବୁ ଧର୍ମରୁ ଭୋଟ ନମିଳି ଥାଏ ତେବେ ଲୋକସଭା ସିଟରୁ ଇସ୍ତଫା ଦେବି: ଆଜମ

Dainik Bhaskar

ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଓ ରାମପୁର ଲୋକସଭା ଆସନରୁ ବିଜୟୀ ଲାଭ କରିଥିବା ଆଜମ ଖାନ୍‌ ଶୁକ୍ରବାର କହିଛନ୍ତି, ଯଦି ସବୁ ଧର୍ମରୁ ଭୋଟ ମିଳି ନଥିବ ତେବେ ଆଜି ଠାରୁ ଆଠଦିନ ମଧ୍ୟରେ ସେ ଲୋକସଭାର ସଦସ୍ୟତା ପଦରୁ ଇସ୍ତଫା ଦେବେ।

ଆଜମ ଖାନ୍‌ଙ୍କ ଦାବି ଅନୁସାରେ, ମୋତେ ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ଜାତିର ଭୋଟ ମିଳିଛି। ଯାହାକୁ ଏହାର ପ୍ରମାଣ ଦରକାର, ସେମାନେ ଯେଉଁ ବୁଥ୍‌ରେ ବିଜୟ ମିଳିଛି, ସେଠାକୁ ଯାଇ ଯାଞ୍ଚ କରି ପାରିବେ। ମୁଁ ମୋର ବିରୋଧୀଙ୍କୁ କହିବାକୁ ଚାହେଁ କି ମୋତେ ଯଦି ସବୁ ଧର୍ମ ଓ ଜାତିରୁ ଭୋଟ ନମିଳି ଥାଏ ତେବେ ଆଜି ଠାରୁ ଆଠଦିନ ଭିତରେ ଇସ୍ତଫା ଦେବି। ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ମୁଁ ତାକୁ ନିଶ୍ଚିୟ ପୂରଣ କରିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ବିଜୟୀ ହୋଇଛନ୍ତି। ଏତେ ପରିମାଣରେ ଜନସମର୍ଥନ ମିଳିଛି। ଏହା ଲୋକଙ୍କ ଏକ ବଡ଼ ନିଷ୍ପତ୍ତି। ଆଶା କରୁଛି ସେ ଲୋକଙ୍କ ବିଶ୍ୱାସକୁ ଭାଙ୍ଗିବେ ନାହିଁ। ଶିକ୍ଷା ସଂସ୍ଥାକୁ ନଷ୍ଟ କରିବେ ନାହିଁ। ସ୍କୁଲ-କଲେଜର କାନ୍ଥକୁ ଭାଙ୍ଗିବେ ନାହିଁ। ବିଶ୍ୱବିଦ୍ୟାଳୟରେ ତାଲା ପକାଇବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe