ବିଦେଶୀ ଷଡ଼ଯନ୍ତ୍ରରେ ସଂପୃକ୍ତି ପ୍ରମାଣିତ ହେଲେ ଇସ୍ତଫା ଦେବି: ଶାହବାଜ

Advertisment
ବିଦେଶୀ ଷଡ଼ଯନ୍ତ୍ରରେ ସଂପୃକ୍ତି ପ୍ରମାଣିତ ହେଲେ ଇସ୍ତଫା ଦେବି: ଶାହବାଜ

The Indian Express

ଇସ୍‌ଲାମାବାଦ: ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶାହବାଜ ସରିଫ୍‌ କହିଛନ୍ତି ଯେ ସେ ଦେଶର ସେବକ (ଖାଦିମ୍‌-ଏ-ପାକିସ୍ତାନ) ଭାବେ କାର୍ଯ୍ୟ କରିବେ ଏବଂ ଲୋକଙ୍କୁ ନ୍ୟାୟ ଦେବେ। ଦେଶରେ କୌଣସି କ୍ଷେତ୍ରରେ ବି ଅଚଳାବସ୍ଥା ରହିବାକୁ ଦେବେନାହିଁ ଏବଂ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସବୁ ବିବାଦର ସମାଧାନ ହେବ ବୋଲି ସେ କହିଛନ୍ତି। ଇମ୍ରାନ୍‌ ଖାନ୍‌ ସରକାରକୁ ହଟାଇବାରେ ବିଦେଶୀ ଷଡ଼ଯନ୍ତ୍ର ହୋଇଥିବା ଏବଂ ଏଥିରେ ତାଙ୍କର ସଂପୃକ୍ତି ଅଭିଯୋଗ ନେଇ ସେ କହିଛନ୍ତି ଯେ ପାକିସ୍ତାନର ସଂସଦ ଅନାସ୍ଥା ଭୋଟ୍‌ ଦ୍ବାରା ପୂର୍ବ ସରକାରକୁ ବିଦା କରିଛି ଓ ଏଥିରେ କୌଣସି ବିଦେଶୀ ଷଡ଼ଯନ୍ତ୍ର ନାହିଁ। ଯଦି କୌଣସି ବିଦେଶୀ ଷଡ଼ଯନ୍ତ୍ରରେ ତାଙ୍କର ସଂପୃକ୍ତି ଥିବା ନେଇ ପ୍ରମାଣ ମିଳେ ସେ ତୁରନ୍ତ ପଦ ଛାଡ଼ିଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe