ମସ୍କୋ: ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ ଆମେରିକା ଉଦ୍ଦେଶ୍ୟରେ କହିଛନ୍ତି ଯେ, ମତେ ଯଦି ଧମକ ମିଳେ ତେବେ ମୁଁ ଏହାର ଜବାବ ଦେବାକୁ ଯାଇ ବାଧ୍ୟ ହୋଇ ଆଣବିକ ଅସ୍ତ୍ର ବ୍ୟବହାର କରିବି। ଏନେଇ ରୁଷିଆ ସର୍ବଦା ପ୍ରସ୍ତୁତ ରହିଛି। ରୁଷିଆର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି ହେଲେ ଏହାର କଡ଼ା ଜବାବ ଦିଆଯିବ।
ବୁଧବାର ରୁଷିଆ ସରକାରୀ ଟେଲିଭିଜନରେ ଏକ ସାକ୍ଷାତକାରରେ ପୁଟିନ ଏଭଳି କହି ପାଶ୍ଚାତ୍ୟ ଦେଶଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆମର ଆଶା ଆମେରିକା ସେଭଳି କୌଣସି ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟ କରିବ ନାହିଁ। ଯଦି ସେଭଳି କିଛି କାର୍ଯ୍ୟ ରୁଷିଆ ବିରୋଧରେ କରାଯାଏ ତେବେ ଏହା ଆଣବିକ ଯୁଦ୍ଧକୁ ଆରମ୍ଭ କରିବ।
ୟୁକ୍ରେନ୍ ଯୁଦ୍ଧରେ ଆଣବିକ ଅସ୍ତ୍ର ବ୍ୟବହାର ନେଇ ବିଚାର ବିମର୍ଷ କରାଯାଉଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ ଜବାବ ଦେଇଛନ୍ତି ଏହାର କୌଣସି ଆବଶ୍ୟକତା ହିଁ ନାହିଁ।
ରୁଷିଆ ୟୁକ୍ରେନରେ ନିଜର ଲକ୍ଷ୍ୟ ପୂରଣ କରିବ। ଶାନ୍ତି ଆଲୋଚନା ପାଇଁ ଦ୍ବାରା ସର୍ବଦା ଖୋଲା ଥିବା ପୁଟିନ କହିଛନ୍ତି। କୌଣସି ଆଲୋଚନାରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କଠାରୁ ଆବଶ୍ୟକ ଗ୍ୟାରେଣ୍ଟି ଉପରେ ଗୁରୁତ୍ବାରୋପ କରାଯିବ ବୋଲି ସେ କହିଛନ୍ତି। ରୁଷିଆ ବିରୋଧରେ ଯେ କୌଣସି କାର୍ଯ୍ୟର କଡ଼ା ଜବାବ ଦିଆଯିବ। ଦେଶର ସ୍ବାର୍ଥ ବିରୋଧରେ ପାଶ୍ଚାତ୍ୟର ପଦକ୍ଷେପକୁ ସହ୍ୟ କରାଯିବ ନାହିଁ।
ମତେ ଧମକ ମିଳିଲେ ବ୍ୟବହାର କରିବି ଆଣବିକ ଅସ୍ତ୍ର: ପୁଟିନଙ୍କ ଚେତାବନୀ
Advertisment
Follow Us