କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାର ମଧ୍ୟରେ ସେତୁ ଭାବେ କାମ କରିବି : ଆନନ୍ଦ ବୋଷ

Advertisment
କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାର ମଧ୍ୟରେ ସେତୁ ଭାବେ କାମ କରିବି : ଆନନ୍ଦ ବୋଷ

dtnext

କୋଲକାତା  : ପଶ୍ଚିମବଙ୍ଗର ନବନିଯୁକ୍ତ ରାଜ୍ୟପାଳ ସିଭି ଆନନ୍ଦ ବୋଷ୍‌ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାର ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ସେ ଏକ ମାଧ୍ୟମ ଭାବେ କାମ କରିବେ। ୭୧ ବର୍ଷୀୟ ପୂର୍ବତନ ଆଇଏଏସ ଅଫିସର କହିଛନ୍ତି , ଏ କ୍ଷେତ୍ରରେ ଉତ୍ତମ ସମନ୍ବୟ ପାଇଁ ତାଙ୍କର ସର୍ବଦା ପ୍ରୟାସ ରହିବ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବିବାଦ ସବୁବେଳେ ଚର୍ଚ୍ଚାରେ ରହିଥାଏ। ତେଣୁ ବୋଷ୍‌ଙ୍କର ଏଭଳି ସକରାତ୍ମକ ଟିପ୍ପଣୀରୁ ଜଣାପଡ଼ୁଛି ଯେ ଆଗକୁ ରାଜ୍ୟପାଳ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ କୌଣସି ବିବାଦ ଉପୁଜିବ ନାହିଁ। ଉଲ୍ଲେଖଯୋଗ୍ୟ, ପୂର୍ବତନ ରାଜ୍ୟପାଳ ଏବଂ ବର୍ତ୍ତମାନର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ନିଯୁକ୍ତି ପରଠାରୁ ହିଁ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍‌ସି ସରକାରଙ୍କ ସହ ତାଙ୍କର ବିବାଦ ଲାଗି ରହିଥିଲା। ଗୁରୁବାର ଦିନ ସିଭି ଆନନ୍ଦ ବୋଷଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ନିଯୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe