ଭାରତକୁ ରାଫେଲ୍‌ ମିଳିଗଲେ ପାକିସ୍ତାନ ନିୟନ୍ତ୍ରଣ ରେଖା ସୀମା ମାଡ଼ି ପାରିବନି: ବାୟୁସେନା ମୁଖ୍ୟ ମାର୍ସାଲ ବି. ଏସ୍‌ ଧନଓ୍ଵା

Advertisment
ଭାରତକୁ ରାଫେଲ୍‌ ମିଳିଗଲେ ପାକିସ୍ତାନ ନିୟନ୍ତ୍ରଣ ରେଖା ସୀମା ମାଡ଼ି ପାରିବନି: ବାୟୁସେନା ମୁଖ୍ୟ ମାର୍ସାଲ ବି. ଏସ୍‌ ଧନଓ୍ଵା

(Photo Credits: PTI)

ଚଣ୍ଡିଗଡ଼: ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ ବି. ଏସ୍‌ ଧନଓ୍ଵା ସୋମବାର କହିଛନ୍ତି କି ରାଫେଲ୍‌ ଜେଟ୍‌ ଭାରତକୁ ଆସିବା ପରେ ପାକିସ୍ତାନ ଆଉ ନିୟନ୍ତ୍ରଣ ରେଖା ସୀମା ମାଡ଼ି ପାରିବନାହିଁ। ଏହା ଭାରତୀୟ ବାୟୁସେନା ପାଇଁ ଏକ ପ୍ରମୁଖ ବଳ ସାବ୍ୟସ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତ୍‌କାରରେ ଧନଓ୍ଵା କହିଛନ୍ତି କି, ‘ରାଫେଲ୍‌ ଭାରତକୁ ଆସିବ ପରେ ହିଁ ସମେସ୍ତ ଭାରତୀୟ ବାୟୁ ସେନାର ଶକ୍ତି ସଂପର୍କରେ ଅବଗତ ହୋଇପାରିବେ। ରାଫେଲ ଶକ୍ତି ଦେଖିବା ପରେ ପାକ୍‌ ସେନା ନିୟନ୍ତ୍ରଣ ରେଖା କିମ୍ବା ଅନ୍ତର୍ଜାତୀୟ ସୀମା ନିକଟକୁ ଆସିବାର ସାହସ କରିବେ ନାହିଁ।’

ଫ୍ରାନ୍ସ ସହ ହୋଇଥିବା ଚୁକ୍ତିି ଅନୁସାରେ ଫ୍ରାନ୍ସ ସେପ୍ଟେମ୍ବର ମାସରେ ଭାରତୀୟ ବାୟୁ ସେନାକୁ ରାଫେଲ ଦେବ ବୋଲି ଜାଣିବାକୁ ମିଳିଛି। ସେ ନେଇ ଧନଓ୍ଵା କହିଛନ୍ତି, ‘ଆମେ ସେପ୍ଟେମ୍ବର ମାସରେ ରାଫେଲ ପାଇବାକୁ ଯାଉଛୁ। ଏହି ରାଫେଲ ଆମ କ୍ଷମତାକୁ ଦ୍ୱିଗୁଣ କରିବା ସହ ଆମର ସମସ୍ତ ଶତ୍ରୁପକ୍ଷଙ୍କ ବିମାନଠୁ ଶକ୍ତିଶାଳୀ ସାବ୍ୟସ୍ତ ହେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe