ଗୁଜରାଟରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଏୟାର କମାଣ୍ଡର ସଂଜୟ ଚୌହାନ ସହିଦ

Advertisment
ଗୁଜରାଟରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଏୟାର କମାଣ୍ଡର ସଂଜୟ ଚୌହାନ ସହିଦ

ନୂଆଦିଲ୍ଲୀ: ଗୁଜରାଟର କଛ ଜିଲ୍ଲାର ମୁନ୍ଦ୍ରା ନିକଟରେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହାଇଛି। ଦୁର୍ଘଟଣାରେ ପାଇଲଟ ଏୟାର କମାଣ୍ଡର ସଂଜୟ ଚୌହାନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।  ଜାମନଗର ଏୟାର ବେସ୍‌ରୁ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ଜାଗୁଆର ବିମାନ ଉପରୁ ପାଇଲଟ୍‌ ଏୟାର କମାଣ୍ଡର ସଞ୍ଜୟ ଚୌହାନ ନିୟନ୍ତ୍ରଣ ହରାଇଥିଲେ। ଏହାପରେ ବିମାନଟି ତଳକୁ ଖସିବା ଅାରମ୍ଭ କରିଥିଲା।  ଫଳରେ ବିମାନଟି ତୀବ୍ର ବେଗରେ ଖସି ବେରଜା ଗାଁର ଗୋଚର ଜମିରେ ପଡ଼ିଥିଲା। ବିମାନଟି ଖସି ପଡ଼ିବା ସମୟରେ ସେଠାରେ ଚରୁଥିବା ୫ଟି ଗାଈଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିିଛି।

ସୂଚନାଯୋଗ୍ୟ ଯେ ଗତମାସରେ ମଧ୍ୟ ଭାରତୀୟ ବାୟୁସେନାର ମାଇକ୍ରୋଲାଇଟ୍‌ ଭାଇରସ ଏସଡବ୍ଲ୍ୟୁ ୮୦ ହେଲିକ୍ୟାପ୍ଟର ଆସାମର ମାଜୁଳି ଦୀପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏହାର ଦୁଇ ଜଣ ପାଇଲଟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିିଥିଲା। ହେଲିକ୍ୟାପ୍ଟରଟିକୁ ଓ୍ଵିଙ୍ଗ କମାଣ୍ଡର ଜେ ଜେମ୍ସ ଓ ଓ୍ଵିଙ୍ଗ କମାଣ୍ଡର ମନଦାର ଡି ଭାଟ୍‌ ଏହାକୁ ଜରୁରି ଅବତରଣ କରାଉଥିବା ବେଳେ ଏହା ବାଲିରେ ପୋତି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଉଭୟ ପାଇଲଟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe