ନିଖୋଜ ବିମାନ ଏଏନ-୩ର ଧ୍ୱଂସାବଶେଷ ମିଳିବା ଖବରକୁ ଖଣ୍ଡନ କଲା ବାୟୁସେନା, ଜାରି ରହିଛି ଅନୁସନ୍ଧାନ

Advertisment
ନିଖୋଜ ବିମାନ ଏଏନ-୩ର ଧ୍ୱଂସାବଶେଷ ମିଳିବା ଖବରକୁ ଖଣ୍ଡନ କଲା ବାୟୁସେନା, ଜାରି ରହିଛି ଅନୁସନ୍ଧାନ

Zee News India

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ଣରେ ଆସାମର ଜୋରହାଟରୁ ନିଖୋଜ ହୋଇଥିବା  ବାୟୁସେନାର ବିମାନ ଏଏନ-୩୨ର ଧ୍ୱଂସାବଶେଷକୁ ଠାବ କରାଯାଇଥିବା ଖବରକୁ  ଖଣ୍ଡନ କରିଛି ବାୟୁସେନା । ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗର ଟାଟୋ ଅଞ୍ଚଳରେ ବିମାନର ଧ୍ଵଂସାବଶେଷ ଦେଖିବାକୁ ମିଳିଥିବା ଖବର ଠିକ ନୁହେଁ ବୋଲି ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

ବିମାନଟି ଆଜି ମଧ୍ୟାହ୍ନରେ ଆସାମର ଜୋରହାଟ ଏୟାର ବେସ୍‌ରୁ ଉଡ଼ାଣ ଭରିଥିଲା।  ଏଥିରେ ୮ ଜଣ କ୍ରୁମେମ୍ବର ଥିବା ବେଳେ ଅନ୍ୟ ୭ ଜଣ ଯାତ୍ରା କରୁଥିବା ସୂଚନା ମିଳିଛି।  ଏହି ବିମାନକୁ ଖୋଜିବା ପାଇଁ ବାୟୁସେନା ଅନେକ ସଂଖ୍ୟାରେ ହେଲିକପ୍ଟରକୁ ନିୟୋଜିତ କରିଥିଲା | ଏବେ ବି  ସର୍ଚ୍ଚ ଅପରେସନ ଜାରି ରହିଛି |

ଏଠାରେ ସୂଚନା ଥାଉ କି , ଭାରତୀୟ ବାୟୁସେନାର ଏକ ବିମାନ ଆଜି ଉଡ଼ାଣ ଭରିଥିବା ବେଳେ ଆକାଶ ପଥରେ ନିଖୋଜ ହୋଇ ଯାଇଥିବା ଜାଣିବାକୁ ମିଳିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଭାରତୀୟ ବାୟୁସେନାର ଏକ ଏଏନ୍‌-୩୨ ବିମାନ ଆଜି ମଧ୍ୟାହ୍ନରେ ଆସାମର ଜୋରହାଟ ଏୟାର ବେସ୍‌ରୁ ଉଡ଼ାଣ ଭରିଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଆଡ୍‌ଭାନ୍ସ ଲାଣ୍ଡିଂ ଗ୍ରାଉଣ୍ଡ ଠାରେ ଅବତରଣ କରିବାର ଥିଲା। ହେଲେ, ବିମାନଟି ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ପୂର୍ବରୁ ଆକାଶ ପଥରେ ନିଖୋଜ ହୋଇଯାଇଥିବା ଜାଣିବାକୁ ମିଳିଛି।

ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନଟି ଆଜି ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ୧୫ଜଣଙ୍କୁ ଧରି ଆସାମର ଜୋରହାଟ ଏୟାର ବେସ୍‌ରୁ ଉଡ଼ାଣ ଭରିଥିଲା। ବିମାନଟି ଦିନ ୧ଟା ସମୟରେ ଅରୁଣାଚଳ ପ୍ରଦେଶର ମେଚୁକା ଆଡ୍‌ଭାନ୍ସ ଲାଣ୍ଡିଂ ଗ୍ରାଉଣ୍ଡ ଠାରେ ଅବତରଣ କରିବାର ଥିଲା। ହେଲେ, ବିମାନଟି ନିର୍ଦ୍ଧାରିତ ସ୍ଥାନରେ ଅବତରଣ ନକରିବା ପରେ ବିମାନଟି ଆକାଶ ପଥରେ ନିଖୋଜ ହୋଇ ଯାଇଥିବା ଜାଣିବାକୁ ମିଳିଥିଲା। ଏହି ନିଖୋଜ ବିମାନକୁ ଏବେ ଖୋଜିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ୧୩ଟି ଲଢ଼ୁଆ ସୁଖୋଇ-୩୦ ବିମାନ ସମେତ ସ୍ୱତନ୍ତ୍ର ସି-୧୩୦ ବିମାନକୁ ମୁତୟନ କରାଯାଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe