ବର୍ଷା-ଭୂସ୍ଖଳନ ଭାଙ୍ଗିଦେଲା ମଣ୍ଡିର ମେରୁଦଣ୍ଡ: ପ୍ରଭାବିତଙ୍କୁ ଦିଆଗଲା ରିଲିଫ ସାମଗ୍ରୀ, ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା

ବର୍ଷା ଓ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର ପାଇଁ ଅପରେସନ ଚାଲିଥିବା ବେଳେ ଏବେ ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି । ହେଲିକପ୍ଟର ଯୋଗେ ରିଲିଫ ସାମଗ୍ରୀ ସହ ଖାଦ୍ୟ ଏବଂ ଔଷଧ ବଣ୍ଟନ ପାଇଁ ସେରାଜ ଭ୍ୟାଲିରେ ହେଲିକପ୍ଟର ଆସି ପହଞ୍ଚିଛି

after rain

ସିମଲା: ପ୍ରବଳ ବର୍ଷା ପରେ ବେହାଲ ହୋଇଛି ହିମାଚଳ ପ୍ରଦେଶର ମଣ୍ଡି । ପ୍ରକୃତିର କରାଳ ରୂପ ଆଗରେ ମୁଣ୍ଡ ନୁଆଁଇ ଦେଇଥିବା ମଣ୍ଡିରେ ଏବେ ଉଦ୍ଧାର କାମ ଜୋରଦାର ଚାଲିଛି । ବର୍ଷା ଓ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର ପାଇଁ ଅପରେସନ ଚାଲିଥିବା ବେଳେ ଏବେ ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି । ହେଲିକପ୍ଟର ଯୋଗେ ରିଲିଫ ସାମଗ୍ରୀ ସହ ଖାଦ୍ୟ ଏବଂ ଔଷଧ ବଣ୍ଟନ ପାଇଁ ସେରାଜ ଭ୍ୟାଲିରେ ହେଲିକପ୍ଟର ଆସି ପହଞ୍ଚିଛି ।

ସେପଟେ ଏସଡିଆରଏଫ୍ ଟିମ୍ ମଣ୍ଡିର ସେରାଜ ଭ୍ୟାଲିରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ବର୍ଷା ଏବଂ ଭୂସ୍ଖଳନ ପରେ ରାସ୍ତା ସବୁ ବନ୍ଦ ହୋଇ ପଡିଥିବା ବେଳେ ରାସ୍ତାରେ ପଡିଥିବା ଗଛ ସଫା କରି ପ୍ରଭାବିତ ଅଞ୍ଚଳକୁ ଯାଇଛନ୍ତି ଏସଡିଆରଏଫ୍ ଟିମ୍ । ଯେଉଁଠି ସେମାନେ ପ୍ରଭାବିତ ଲୋକଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଔଷଧ ବଣ୍ଟନ କରିବେ ।

ତେବେ ମଙ୍ଗଳବାର ବାଦଲ ଫଟା ବର୍ଷା, ତତଜନିତ ବନ୍ୟା ଏବଂ ଭୂସ୍ଖଳନରେ ଥରହର ହୋଇଛି ମଣ୍ଡି । ପ୍ରକୃତିର ତାଣ୍ଡବ ପରେ ଜନଜୀବନ ବେହାଲ ହୋଇଥିବା ବେଳେ ଏଯାଏଁ ମଣ୍ଡିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ଏବଂ ୩୪ ଜଣ ନିଖୋଜ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe